ବାଲ୍ୟବିବାହ ବନ୍ଦ କଲେ ଗଞ୍ଜାମ ସିଡିପିଓ
ଗଞ୍ଜମ, (ଓ୍ବାଇଏନ୍ଏସ୍):ଗଞ୍ଜମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ଭୁଆଁଭୂଇଁ ଗ୍ରାମରେ ଏକ ନାବାଳିକାର ବାଲ୍ୟଵିଵାହ ପାଇଁ ପରିବାର ଲୋକେ ପ୍ରସ୍ତୁତ ହୋଉଥିବା ବେଳେ ଗଞ୍ଜାମ ସିଡିପିଓ ସଲିଳା ପ୍ରଧାନ ଖବର ପାଇ ବନ୍ଦ କରିଥିବା ଜଣାପଡିଛି । ଉକ୍ତ ଗ୍ରାମର ଅଙ୍ଗନବାଡ଼ି ଦିଦି ମମତା ବେହେରା କାହ୍ନୁ ବେହେରା ଙ୍କ ନାବାଳିକା ଝିଅର ବେଗୁନିଆପଡା ଗ୍ରାମରେ ବାହାଘର କରିବା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଗଞ୍ଜମ ସିଡିପିଓ ପ୍ରଧାନ ଙ୍କୁ ଖବର ଦେଇଥିଲେ । ପରେ ସିଡିପିଓ ଚାଇଲଡ଼ ଲାଇନର ତପେଇ ସାହୁ, ଶିଳ୍ପା ସେଠି , ରାମ୍ଭା ପୋଲିସ ଙ୍କର ସହାୟତା ରେ ଭୁଆଁ ଭୂଇଁ ଗ୍ରାମକୁ ଯାଇ ନାବାଳିକା ର ପିତା କାହ୍ନୁବେହେରା ଙ୍କୁ ବୁଝାସୁଝା କରିବା ଓ ଅଠର ବର୍ଷ ପରେ ବାହାଘର କରିବେ ବୋଲି ଲିଖିତ ଭାବେ ଦେଇଥିଲେ ।


