ନୀରବଙ୍କ ନାମରେ ନୂଆ ଚାର୍ଜଶିଟ୍ ଦାଏର କଲା ଇଡି

ମୁମ୍ବାଇ, (ଏଜେନ୍ସି): ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ ଘୋଟାଲାର ଅଭିଯୁକ୍ତ ନୀରବ ମୋଦିଙ୍କ ସମସ୍ୟା ବଢ଼ିବାକୁ ଯାଉଛି । ସୋମବାର ମନିଲଣ୍ଡ୍ରିଂ କେସ୍ରେ ମୁମ୍ବାଇ ସ୍ଥିତ ଏକ ଅଦାଲତରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଓ କିଛି ଅନ୍ୟ ଲୋକଙ୍କ ବିରୋଧରେ ନୂଆ ଚାର୍ଜଶିଟ୍ ଦାଏର କରାଯାଇଛି ।ଏହି ଚାର୍ଜସିଟ୍ ମାମଲାରେ ନୂଆ ପ୍ରମାଣ ସମ୍ମୁଖକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାଏର କରାଯାଇଛି । ୧୩ହଜାର କୋଟି ଟଙ୍କାର ପିଏନ୍ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ମିଡ଼ିଆ ରିପୋର୍ଟସ ଅନୁସାରେ ମୋଦି ଲଣ୍ଡନର ପଶଂ ଅଞ୍ଚଳରେ ଏକ ଅତ୍ୟନ୍ତ ମହଙ୍ଗା ଆପାର୍ଟମେଣ୍ଟରେ ରହୁଛନ୍ତି । ଏଥିସହିତ ସେ ଏଠାରେ ହୀରା କାରବାର ମଧ୍ୟ ଆରମ୍ଭ କରିଛନ୍ତି । ଭାରତୀୟ ଏଜେନ୍ସିଗୁଡ଼ିକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଗତ ବର୍ଷ ଠାରୁ ହିଁ ୟୁକେର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ପ୍ରତ୍ୟର୍ପଣ ଆବେଦନ ମିଳିଥିବା ୟୁକେର ସରକାର ପୁଷ୍ଟି କରିଛନ୍ତି । ସେଠାକାର ସରକାର ଶନିବାର ଦର୍ଶାଇଥିଲେ ଯେ ଭାରତୀୟ ଏଜେନ୍ସିଗୁଡ଼ିକର ଦାବି କୋର୍ଟକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ ଶନିବାର ୟୁକେର ଖବର କାଗଜ ‘ଦି ଟେଲିଗ୍ରାଫ୍’ ନୀରବ ମୋଦି ଲଣ୍ଡନରେ ଥିବା ଏକ ଭିଡ଼ିଓ ଜାରି କରିଥିଲେ । ଏହି ଭିଡ଼ିଓରେ ପିଏନ୍ବି ସ୍କାମ୍ର ଅଭିଯୁକ୍ତ ଲଣ୍ଡନରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ରିପୋର୍ଟରଙ୍କ କୌଣସି ବି ପ୍ରଶ୍ନର ଉତ୍ତର ଦେଇନଥିଲେ । ମୋଦିଙ୍କର ଏହି ଭିଡ଼ିଓ ଜାରି ହେବା ପରେ ସିବିଆଇ ଇଣ୍ଟରପୋଲ ଓ ୟୁକେ ପ୍ରଶାସନ ସହିତ ଆଲେଚନା କରି ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ରେଡ଼କର୍ଣ୍ଣର ନୋଟିସ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ