ନୂଆଦିଲ୍ଲୀରେ ସେପ୍ଟେମ୍ବର ପହିଲାରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ଖୋଲିବ ସ୍କୁଲ। ନବମରୁ ଦ୍ୱାଦଶ ଯାଏ ସ୍କୁଲ, କଲେଜ, ୟୁନିଭୟସିଟି, କୋଚିଂ ଇନ୍ଷ୍ଟିଚ୍ୟୁଟ୍ ଆଦି ଖୋଲିବ। ଏଥିସହ ଆସନ୍ତା ୮ ସେପ୍ଟେମ୍ବରରୁ ଷଷ୍ଠରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀ ସ୍କୁଲ ଆସିବେ। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲମାନେ ସ୍କୁଲ ଆସିବେ। ଏନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ଆଜି ଡିଡିଏମ୍ଏ ଏସ୍ଓପି ଜାରି କରିଛି। ନୂଆ ନିୟମ ଅନୁଯାୟୀ, ପ୍ରତି କ୍ଲାସ ରମରେ ୫୦ ପ୍ରତିଶତ ହିଁ ପିଲା ବସିବା କ୍ଷମତା ରହିବ। ସେହିପରି ପ୍ରତିଟି କ୍ଲାସରେ ସୋଶାଲ ଡିଷ୍ଟାସିଙ୍ଗ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିବ। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟ ସ୍କୁଲରେ ଉଭୟ ସିଫ୍ଟ ମଧ୍ୟରେ ଅତି କମ୍ରେ ଏକ ଘଣ୍ଟାର ଗ୍ୟାପ୍ ରହିବ।


