ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକର ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ ସହ ଜଗତପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶିଳା ସାହୁଙ୍କୁ ଅଵସର ସମ୍ବର୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଭିକାରୀପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ।ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏବିଇଓ ନୃସିଂହ ଚରଣ ମିଶ୍ର ଓ କେ.ବଗଡ଼ପଲି କଷ୍ଟର ସି.ଆର.ସି.ସି ଚନ୍ଦ୍ରଶେଖର ପ୍ରଧାନ ,ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା ଓ କୋଷାଧ୍ୟକ୍ଷ ଜେ .କୁରମାରାଓ ,କେ .ବଗଡ଼ପଲି କ୍ଲଷ୍ଟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିଆପଲ୍ଲୀ ପ୍ରଧାନ ଶିକ୍ଷକ ସୁବୋଧ ଚନ୍ଦ୍ର ରାଉତ ଓ ନୂଆପାଲ୍ଲୀ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


