ବଜେଟ ରେ କର ଦାତା ଙ୍କ ପାଇଁ ନୂଆ ନିୟମ
• ବାର୍ଷିକ ୪୦୦ କୋଟି ପର୍ୟ୍ୟନ୍ତ କାରବାର ଥିବା କମ୍ପାନୀଙ୍କ ପାଇଁ ୨୫
ପ୍ରତିଶତ ହାରରେ କର୍ପୋରେଟ ଟିକସ ଲାଗୁ ହେବ
• ବ୍ୟାଙ୍କ ଖାତାରୁ ବାର୍ଷିକ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଉଠାଇଲେ ୨ ପ୍ରତିଶତ
ଟିଡିଏସ
• ଟିଡିଏସ ରିଟର୍ଣ୍ଣ ଫାଇଲ ପାଇଁ ପ୍ୟାନ ଓ ଆଧାର ଅଦଳବଦଳ
କରାଯାଇପାରିବ
• ବେଆଇନ କାର୍ୟ୍ୟ ଦୂର କରିବା ପାଇଁ କରଦାତାମାନଙ୍କୁ ପୂର୍ବରୁ ପୂରଣ
ହୋଇଥିବା ଟ୍ୟାକ୍ସ ରିଟର୍ଣ୍ଣ ପ୍ରଦାନ କରାଯିବ
• ବାର୍ଷିକ ୫୦ କୋଟିରୁ ଊଦ୍ଧ୍ୱର୍ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ
ନିମ୍ନ ଖର୍ଚ୍ଚର ଡିଜିଟାଲ ମୋଡରେ ଦେୟ ପ୍ରଦାନ କରିବେ, ଗ୍ରାହକ ଓବ୍ୟବସାୟୀମାନଙ୍କ ପାଇଁ କୌଣସି ଏମଡିଆର ଚାର୍ଜ ଲାଗୁ କରାଯିବ ନାହିଁବାର୍ଷିକ ୪୦୦ କୋଟି ଟଙ୍କା ପର୍ୟ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀମାନଙ୍କୁ ୨୫ ପ୍ରତିଶତ ନିମ୍ନ ହାରରେକର୍ପୋରେଟ ଟିକସ ପ୍ରଦାନ କରିବା ପାଇଁ କେନ୍ଦ୍ର ବଜେଟ ୨୦୧୯-୨୦ରେ ପ୍ରସ୍ତାବ ରହିଛି । ସମ୍ପ୍ରତି ଏହି ହାରବାର୍ଷିକ ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀମାନଙ୍କ ପାଇଁ ଲାଗୁ ରହିଛି । ଆଜି ସଂସଦରେସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପନ କରିବା ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଲେ ଞ୍ଛଏହା ମାଧ୍ୟମରେ ୯୯.୩ ପ୍ରତିଶତ କମ୍ପାନୀମାନଙ୍କୁ କଭରକରାଯିବ । କେବଳ ୦.୭ ପ୍ରତିଶତ କମ୍ପାନୀ ଏହି ହାର ବାହାରେ ରହିବେ ।‛
ପ୍ୟାନ-ଆଧାର ଅଦଳବଦଳ ପ୍ରସ୍ତାବ ବଜେଟ ପ୍ୟାନ ବଦଳରେ ଆଧାର ଦାଖଲ କରିବାର ଅନୁମତି ପ୍ରଦାନ କରିଛି । ଯେଉଁମାନଙ୍କର ପ୍ୟାନ ନାହିଁସେମାନେ ଆଧାର ନମ୍ବର ପ୍ରଦାନ କରି ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ । ସେହିପରି ଯେଉଁଠାରେସେମାନଙ୍କୁ ପ୍ୟାନର ଆବଶ୍ୟକତା ରହିଛି ସେଠାରେ ସେମାନେ ଆଧାରର ବ୍ୟବହାର କରିପାରିବେ । ଅର୍ଥମନ୍ତ୍ରୀକହିଛନ୍ତି, ଏବେ ୧୨୦ କୋଟିରୁ ଊଦ୍ଧ୍ୱର୍ ଭାରତୀୟଙ୍କ ପାଖରେ ଆଧାର ରହିଛି ଏବଂ ଏହି ପ୍ରସ୍ତାବର ଲକ୍ଷ୍ୟ ହେଉଛିକରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଫାଇଲ ସୁଗମ କରିବା ।
ଆୟକର ରିଟର୍ଣ୍ଣର ପ୍ରି-ଫାଇଲିଂଅର୍ଥମନ୍ତ୍ରୀ କହିଥିଲେ ଯେ କରଦାତାଙ୍କ ପାଇଁ ପୂର୍ବରୁ ଫାଇଲ ହୋଇଥିବା ଟ୍ୟାକ୍ସ ରିଟର୍ଣ୍ଣ ଉପଲବ୍ଧ ହେବ ।ଯେଉଁଥିରେ ଦରମା, ବିଭିନ୍ନ ସିକ୍ୟୁରିଟିରୁ ଆର୍ଥିକ ଲାଭ, ବ୍ୟାଙ୍କ ସୁଧ ଏବଂ ଲାଭାଂଶ ଓ କର ହ୍ରାସ ଆଦିସମ୍ବନ୍ଧରେ ସାରାଂଶ ଉଲ୍ଲେଖ ରହିବ । ସେ ପୁନଶ୍ଚ କହିଲେ ଯେ, ଏହି ଆୟ ସମ୍ବନ୍ଧୀୟ ସୂଚନା ସମ୍ପୃକ୍ତ ଉତ୍ସ ଯଥା– ବ୍ୟାଙ୍କ, ଷ୍ଟକ ଏକ୍ସଚେଜ, ମ୍ୟୁଚୁଆଲ ଫଣ୍ଡ, ଇପିଏଫଓ, ରାଜ୍ୟ ପଞ୍ଜିକରଣ ବିଭାଗ ଇତ୍ୟାଦିରୁ ସଂଗ୍ରହକରାଯିବ । ଏହା ଫଳରେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ନେଇ ସମୟରେ କେବଳ ହ୍ରାସ ଘଟିବ ନାହିଁ ବରଂ ଆୟ ଓକର ନେଇ ରିପୋର୍ଟ କରିବାରେ ନିର୍ଭୁଲତା ରହିବ ।ବେଆଇନ କାର୍ୟ୍ୟକଳାପ ଦୂର କରିବା ପାଇଁ ଫେସଲେସ ଇ-ଆସେସମେଂଟ
ଆୟକର ବିଭାଗରେ ଯାଂଚ ଆକଳନର ପ୍ରଚଳିତ ବ୍ୟବସ୍ଥାରେ କରଦାତା ଏବଂ ବିଭାଗ ମଧ୍ୟରେ ଉଚ୍ଚସ୍ତରୀୟବ୍ୟକ୍ତିଗତ ଭାବ ଆଦାନ ପ୍ରଦାନ ବ୍ୟବସ୍ଥା ରହୁଛି । ଏହା ଫଳରେ କର ଅଧିକାରୀ କେତେକ ବେଆଇନକାର୍ୟ୍ୟରେ ଲିପ୍ତ ରହୁଛନ୍ତି । ଏହି କାର୍ୟ୍ୟକଳାପକୁ ଦୂର କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୁଷ୍ଟିକୁ ସାକାରକରିବା ପାଇଁ ଚଳିତ ବର୍ଷ ପର୍ୟ୍ୟାୟ କ୍ରମେ ଇଲେକ୍ଟ୍ରୋନିକ ମୋଡରେ ଫେସଲେସ ଆକଳନ ଯୋଜନାରଶୁଭାରମ୍ଭ କରାଯାଉଛି । ଏହା ଫଳରେ କୌଣସି ମାନବୀୟ ଦଖଲ ଏଥିରେ ରହିବ ନାହିଁ । କୌଣସି ନିର୍ଦ୍ଦିଷ୍ଟକାରବାରର ଆବଶ୍ୟକୀୟ ଯାଂଚ ଏବଂ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଏହି ଇ ଆକଳନକୁ ପ୍ରାରମ୍ଭିକ ଭାବେକାର୍ୟ୍ୟକାରି କରାଯିବ ।ନିର୍ବାଚିତ ଘଟଣା ଗୁଡିକୁ ଯାଂଚ କରାଯିବା ପାଇଁ ଆକଳନ ୟୁନିଟ୍ ଗୁଡିକୁ ବିକ୍ଷିପ୍ତ ଭାବେ ପ୍ରଦାନ କରାଯିବ ଏବଂଏକ କେନ୍ଦ୍ରୀୟ ସେଲ ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତି ମାଧ୍ୟମରେ ନୋଟିସ ପ୍ରଦାନ କରାଯିବ, ଯେଉଁଥିରେ କିଆକଳନ କରିଥିବା ପଦାଧିକାରୀଙ୍କ ନାମ, ପଦବୀ ତଥା ସ୍ଥାନ ପ୍ରକାଶ କରାଯିବନାହିଁ । ଞ୍ଛକରଦାତା ଓ ବିଭାଗମଧ୍ୟରେ କେନ୍ଦ୍ରୀୟ ସେଲ ଯୋଗାଯୋଗର ଏକମାତ୍ର ବିନ୍ଦୁ ହେବ । ଆକଳନର ଏହି ନୂତନ ଯୋଜନା ଫଳରେଆୟକର ବିଭାଗର ପରିଚାଳନାରେ ଏକ ବଡ ପରିବର୍ତନ ଆସିପାରିବ,‛ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବକ୍ତବ୍ୟରେ
ପ୍ରକାଶ କରିଛନ୍ତି ।ଡିଜିଟାଲ ଦେୟକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପବର୍ଷକ ମଧ୍ୟରେ ବ୍ୟାଙ୍କ ଖାତାରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ଉଠାଇଲେ ୨ ପ୍ରତିଶତର ଟିଡିଏସ ଲାଗୁକରାଯିବାର ବଜେଟରେ ପ୍ରସ୍ତାବ ରହିଛି । ଡିଜିଟାଲ ଦେୟ, କ୍ୟାସଲେସ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କ୍ରମେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।
ଭୀମ ୟୁପିଆଇ, ୟୁପିଆଇ-କ୍ୟୁଆର କୋଡ, ଆଧାର ପେ’, ବିଭିନ୍ନ ଡେବିଟ କାର୍ଡ, ଏନଇଏଫଟି, ଆରଟିଜିଏସଆଦି କମ ଖର୍ଚ୍ଚ ବିଶିଷ୍ଟ ଡିଜିଟାଲ ମୋଡର ଦେୟ ବ୍ୟବସ୍ଥା ଦ୍ୱାରା ନଗଦ ବିହୀନ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ ।ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ, ବାର୍ଷିକ ୫୦ କୋଟିରୁ ଉଦ୍ଧ୍ୱର୍ କାରବାର କରୁଥିବା ବ୍ୟବସାୟିକପ୍ରତିଷ୍ଠାନଗୁଡିକ ସେମାନଙ୍କ ଗ୍ରାହକମାନଙ୍କୁ ଏହି ନିମ୍ନ ଖର୍ଚ୍ଚ ବିଶିଷ୍ଟ ଡିଜିଟାଲ ମୋଡର ଦେୟ ବ୍ୟବସ୍ଥା ପ୍ରଦାନ କରିବେ ଏବଂ ବ୍ୟବସାୟ ରିହାତି ହାର ପାଇଁ ଗ୍ରାହକ ଓ ବ୍ୟବସାୟୀମାନଙ୍କଠାରୁ କୌଣସି ମୂଲ୍ୟ ନିଆଯିବ ନାହିଁ ।ସେ କହିଲେ ଯେ ଞ୍ଛଆରବିଆଇ ଓ ଅନ୍ୟ ବ୍ୟାଙ୍କ ଗୁଡିକ ସଂଚୟ ଅର୍ଥରୁ ଏହି ଖର୍ଚ୍ଚ ଭରଣା କରିବେ । ଜନସାଧାରଣ ଦେୟ ପ୍ରଦାନ ପାଇଁ ଡିଜିଟାଲ ମୋଡ ବ୍ୟବସ୍ଥା ଗ୍ରହଣ କରୁଥିବାରୁ ବ୍ୟାଙ୍କ ମାନଙ୍କୁ କମ ଅର୍ଥ କାରବାରକରିବାକୁ ପଡିବ ଏବଂ ଏହା ଫଳରେ ସେମାନେ ଏହି ଖର୍ଚ୍ଚ ଉଠାଇପାରିବେ ।‛ସରଳୀକରଣ ଓ ଜୀବନଧାରଣର ସୁଗମତା‘କର ପ୍ରଦାନ’ ବ୍ୟବସ୍ଥା ଅଧୀନରେ ବ୍ୟବସାୟ କରିବାର ସୁଗମତା ର୍ୟାଙ୍କିଂରେ ଭାରତର ର୍ୟାଙ୍କ ୨୦୧୯ମସିହାରେ ୧୭୨ରୁ ୧୨୧କୁ ଲମ୍ପ ପ୍ରଦାନ କରିଛି । ଏହାର ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଲେ ଯେ, ଉପରୋକ୍ତପଦକ୍ଷେପ ଦ୍ୱାରା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବୃଦ୍ଧି ପାଇବ ଏବଂ ଏହା କର ପ୍ରଦାନ କରିବା କ୍ଷେତ୍ରରେ ସହାୟକ
ହେବ ।କରଦାତାମାନଙ୍କ କଠିନତାକୁ ହ୍ରାସ କରିବା ପାଇଁ କର ଆଇନର ସରଳୀକରଣ କରାଯିବା ପାଇଁ ବଜେଟରେ ମଧ୍ୟବ୍ୟବସ୍ଥା ରହିଛି । ୩ ହଜାରରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ରିଟର୍ଣ୍ଣ ଫାଇଲ କରୁନଥିବା ବ୍ୟକ୍ତିଙ୍କ ବିରୋଧରେଆୟକର ଆଇନର ଧାରା ୫୦ ସିଏ ଓ ଧାରା ୫୬ ଅନ୍ତର୍ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କରର ସୀମା ବୃଦ୍ଧି କରାଯିବ ।


