ନୂତନ ଗଞ୍ଜାମ ଏସପି ଜଗମୋହନ ମୀନା ଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୋଲିସ ଜିଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ଜଗମୋହନ ମୀନା । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଏସପି କହିଛନ୍ତି ।ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ଅନୁଗୁଳ ଡିଆଇଜି ଭାବେ ପଦନ୍ୱିତ ହୋଇ ବଦଳି ହୋଇଥିବା ବେଳେ ଗତ ଶୁକ୍ରବାର ପୂର୍ବତନ ଏସପିଙ୍କୁ ସ୍ଥାନୀୟ ତାମ୍ପରା ହ୍ରଦ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବତନ ଏସପିଙ୍କ ଠାରୁ ନୂତନ ଏସପି ଭାବେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଥିଲେ । ସେ ୨୦୧୩ ବ୍ୟାଚ ର ଆଇପିଏସ ଅଧିକାରୀ ଅଟନ୍ତି, ସେ ପୂର୍ବରୁ ଅନୁଗୁଳ ଏସପି ଭାବେ କାର୍ଯ୍ୟରତ ଥିଲେ ଏବଂ ଏହାପୂର୍ବରୁ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ଗଞ୍ଜାମରେ ଅପରାଧୀ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ ମୁକାବିଲା କରି ପାରିବେ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ