ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂରଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଲୋକେନ୍ଦ୍ର ବାହାଦୂର •ନ୍ଦଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ‘ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର’ ଓ ‘ଓଁକାର ନାଥ ମିଶନ’, ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଦିବା ୧୧.୪୫ ଘଟିକା ସମୟରେ ଭାରତୀୟ ବିଦ୍ୟାଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ରାଜ୍ୟସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ସମିତି ଗଠନ କରାଯାଇଛି । ଏଥିରେ ଭାରତୀୟ ବିଦ୍ୟାଭବନର ଉପସଭାପତି ଡଃ ଶୈଳେନ୍ଦ୍ର କୁମାର ତାମୋଟିଆ ଅଧ୍ୟକ୍ଷ, ଜଗଦ୍ଗୁରୁ ଶଙ୍କରା•ର୍ଯ୍ୟଙ୍କର ଲୋକ ସମ୍ପର୍କ ଅଧିକାରୀ ପଣ୍ଡିତ ମାତୃପ୍ରସାଦ ମିଶ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀଯୁକ୍ତ ପରେଶ ନାୟକ ସଭାପତି, ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ଉଦୟନାଥ ସାହୁ, ଶ୍ରୀଯୁକ୍ତ ସତ୍ୟସୁନ୍ଦର ପଣ୍ଡା, ଶ୍ରୀଯୁକ୍ତ ଉଦୟ କୁମାର ଶାନ୍ତି ଓ ଶ୍ରୀଯୁକ୍ତ ଭାବଗ୍ରାହୀ ଶାନ୍ତି ଉପସଭାପତି, ଶ୍ରୀଯୁକ୍ତ ଜୟପ୍ରକାଶ ମିଶ୍ର, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର, ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଓ ଶ୍ରୀମତୀ ସୁମନ ଦାଶ ସମ୍ପାଦକ, ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ଶ୍ରୀମତୀ ଇନ୍ଦିରା ମିଶ୍ର, ଶ୍ରୀମତୀ କୁମୁଦିନୀ ପଣ୍ଡା, ଶ୍ରୀମତୀ ଉର୍ବଶୀ ନାୟକଙ୍କୁ ସଭ୍ୟ ଭାବରେ ମନୋନୀତ କରାଯାଇଛି ।
ଓଡ଼ିଶା ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ରାଜ୍ୟର ବିଭିନ୍ନ ଦର୍ଶନୀୟ ଓ ଐତିହାସିକ ସ୍ଥାନ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଦୁଇଦେଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ସର୍ବବିଧ ଚେଷ୍ଟା କରାଯିବା ଉପରେ ଶ୍ରୀଯୁକ୍ତ ତାମୋଟିଆ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀ ପରେଶ ନାୟକ ମାନନୀୟ •ନ୍ଦଙ୍କର ତିନିଦିନିଆ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଜୟପ୍ରକାଶ ମିଶ୍ର ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ବିଗତ ଦିନର କାର୍ଯ୍ୟଶୈଳୀ ଉପରେ ସଂକ୍ଷିପ୍ତ ମତ ରଖିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ