ଭିଭୋ ୱାଇ୯୦ ର ବଜାର ପ୍ରବେଶ

(ଯୁଗାବ୍ଦ ନ୍ୟୁଜ୍) :ସ୍ମାର୍ଟଫୋନ ରେ ନୂତନତ୍ୱ ପାଇଁ ଖ୍ୟାତି ଅର୍ଜନ କରିଥିବା ଭିଭୋ ପକ୍ଷରୁ ୱାଇ ସିରିଜ ର ସବୁଠାରୁ ଶସ୍ତା ୱାଇ୯୦ ଫୋନ ବଜାରରେ ଉପଲବ୍ଧ ହୋଇଛି । ଏହି ଫୋନ ୪୦୩୦ଏମଏଏଚ ବ୍ୟାଟେରୀ କ୍ଷମତା ଓ ୧୫.୮ ସିଏମ (୬.୨୨) ହାଲୋ ଫୁଲଭିଉ ଡିସପ୍ଲେ ସହ ଅତ୍ୟାଧୁନିକ ଫିଚରରେ ଭରପୁର ଅଛି । ଏହି ଫୋନର ଦାମ ୬୯୯୦ ରଖାଯାଇଛି । ଏହା ଉଭୟ କଳା ଓ ସ୍ୱର୍ଣ୍ଣୀମ ରଙ୍ଗରେ ଉପଲବ୍ଧ ହେଉଛି । ଏହି ଫୋନ ଇ କମର୍ସ ୱେବସାଇଟ ଓ ଖୁଚୁରା ଦୋକାନ ମାନଙ୍କରେ ଜୁଲାଇ ୨୭ ରୁ ମିଳିପାରିବ ।ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ ମାରୟା ଙ୍କ ମତରେ “ ଏହି ୱାଇ୯୦ ଫୋନ ଭାରତୀୟ ଗ୍ରାହକ ମାନଙ୍କ ବୃହତ ବ୍ୟାଟେରୀ ଓ ବଡ ଡିସପ୍ଲେ ଆଦି ଚାହିଦାକୁ ଆଖିରେ ରଖି ତିଆରି କରାଯାଇଛି ।ଏହି ଫୋନରେ ଏମଟି ୬୭୬୧ ହେଲିଓ ଏ୨୨କ୍ୱାଡକୋର ପ୍ରୋସେସର ବ୍ୟବହାର କରାଯାଉଛି । ଏତଦ୍ବ୍ୟତିତ ଏହି ଫୋନରେ ୫ ମେଗାପିକ୍ସେଲ୍ର ସେଲଫି କ୍ୟାମେରା ଓ ୮ମେଗାପିକ୍ସେଲ୍ର କ୍ୟାମେରା ପୃଷ୍ଠ ଭାଗରେ ଉପଲବ୍ଧ ଅଛି । ଅତ୍ୟାଧୁନିକ ଏ୧ ପ୍ରଯୁକ୍ତି ବ୍ୟବହାରେ ଏହି ଫୋନ କ୍ୟାମେରା ଉନ୍ନତ ଚିତ୍ର ତୋଳିବାରେ ସକ୍ଷମ । ୱାଇ୯୦ ଫୋନରେ ୨ଜିବି ରାମ୍ ଏବଂ ୧୬ଜିବି ଷ୍ଟୋରେଜ୍ ଉପଲବ୍ଧ ଅଛି । ଏହା ୨୫୬ ଜିବି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ । ମେକ୍ ଇନ ଇଣ୍ଡିଆ ସ୍ଲୋଗାନକୁ କାର୍ଯ୍ୟକାରି କରି ୱାଇ୯୦ ଫୋନ ଗ୍ରେଟର ନଏଡା ସ୍ଥିତ ଭିଭୋ କାରଖାନାରେ ପ୍ରସ୍ତୁତ କାରାଯାଇଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶର୍ିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା କମ୍ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ