ନ୍ୟୁଜ -୮ ଓଡିଆ ଚ୍ୟାନେଲର ଲୋଗ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଶ୍ୟାମସୁନ୍ଦରପୁର ଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ହୋଟେଲ ପରିସରରେ ନ୍ୟୁଜ -୮ ଓଡିଆ ଚ୍ୟାନେଲର ଲୋଗ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଚ୍ୟାନେଲର ଅଧ୍ୟକ୍ଷ ରାକେଶ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଓ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଅତିଥିମାନେ ନୂତନ ନ୍ୟୁଜ -୮ ଓଡିଆ ଚ୍ୟାନେଲର ଲୋଗକୁ ଉଦଘାଟନ କରିଥିଲେ ।ନ୍ୟୁଜ -୮ ଓଡିଆ ଭଳି ଏକ ଓଡିଆ ଚ୍ୟାନେଲ ନିର୍ଭିକ ଓ ସତ୍ୟନିଷ୍ଟ ଭାବରେ ସମ୍ବାଦ ପରିବେଷଣ କରି ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ମିଲନ କୁମାର ଓଝା, ବୈଷୟିକ ଓ କ୍ୟାମେରା ମୁଖ୍ୟ ଉମେଶ କୁମାର ମହାରଣା,ଉପଦେଷ୍ଟା ଶୁଭେନ୍ଦୁ କୁମାର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ବହୁ ସାହିତ୍ୟିକ, ବୁଦ୍ଧିଜୀବି, ସାମ୍ବାଦିକ ଓ ଶୁଭେଛୁମାନେ ଯୋଗଦେଇଥିଲେ ।


