ନ୍ୟୁୟର୍କରେ ଝଡ଼-ତୋଫାନରେ ୪୧ ମୃତ

ନ୍ୟୁୟର୍କ, ଆମେରିକାର ନ୍ୟୁର୍କରେ ପ୍ରବଳ ଝଡ଼ ତୋଫାନରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପରିସ୍ଥିତି ଅଣାୟତ୍ତ ହେବାରୁ ନ୍ୟୁୟର୍କ ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ନ୍ୟୁୟର୍କରେ ପ୍ରବଳ ଝଡ଼ ସିହତ ବର୍ଷା ହୋଇଛି । ଚାରିଆଡ଼େ ଜଳାର୍ଣ୍ଣବ ହୋଇଛି । ଲୋକେ ଘର ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାକୁ ବାଧ୍ୟ ହୋଇଛନ୍ତି । ବାହାରକୁ ଯିବା ସମ୍ଭବ ହୋଇପାରୁ ନାହିଁ । ସଡ଼କ, ରେଳ, ବସଷ୍ଟାଣ୍ଡ ଓ ସହରର ତଳିଆ ଅଂଚଳ ଜଳାର୍ଣ୍ଣବ ହୋଇଛି । ନ୍ୟୁୟର୍କ ମେୟର ବିଲ୍ ଡିବ୍ଲାସିୟୋ ଟୁଇଟ୍ କରି କହିଛନ୍ତି ଯେ, ଆଜି ଆମେ ଏକ ଐତିହାସିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛେ । ପୂରା ସହରରେ ପ୍ରବଳ ବର୍ଷା ହୋଇଛି । ପୂର୍ବରୁ ଏଭଳି ମାତ୍ରାରେ ବର୍ଷା ହୋଇ ନଥିଲା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସଡ଼କପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚାରିଆଡେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ବିଦ୍ୟୁତ ଉପଭୋକ୍ତା ବିନା ଆଲୋକରେ ଦିନ କାଟୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଲୋକେ ଘରୁ ବାହାରକୁ ନଗଲେ ଭଲ ବୋଲି ପରାମର୍ଶ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ