ସୁରାଟ ରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ନୃଶଂସ ଆକ୍ରମଣ, ହଜିଗଲା ମାନବିକତା

ନିମାପଡା (ସନ୍ତୋଷ ଦାଶ ) ଗୁଜୁରାଟ ର ସୁରାଟ ରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ କିଛି ଯୁବକ ଏକ ଘରେ ରଖି ନୃଶଂଶ ଭାବେ ମାଡ଼ ମାରୁଥିବାର ଭିଡ଼ିଓ ହେଉଛି ଭାଇରାଲ । ମାଡ଼ ଖାଉଥିବା ଯୁବକ ଜଣଙ୍କ ମୁନା ଦାସ , ପିତା ସୁକାନ୍ତ ଦାସ,ଘର ପୁରୀ ଜିଲ୍ଲା କାକଟପୁର ବ୍ଲକ ର ଶ୍ରୀରାମପୁର ଗ୍ରାମରେ । ଭିଡ଼ିଓ ଟି ୨ଦିନ ହେବ ହେଉଛି ସୋସିଆଲ ମେଡିଆ ରେ ଘୁରି ବୁଲୁଚି l ଭିଡ଼ିଓ ଟି ସୁରଟର ମହାନ୍ଦର ଅଂଚଳ ର l ଯୁବକ ଜଣଙ୍କ ମୋବାଇଲ ଚୋରି କରିଥିବା ହେତୁ, ଉକ୍ତ କମ୍ପାନୀର ୫/୬ଜଣ ଯୁବକ ସଂଘବଦ୍ଧ ଭାବେ ମାଡ଼ ମାରୁଛନ୍ତି । କିନ୍ତୁ ମାଡ଼ ଖାଉଥିବା ଯୁବକ ଜଣକ ମୋବାଇଲ ଚୋରି କରିନାହାନ୍ତି ବୋଲି ବାରମ୍ବାର କହୁଛି । ଏହି ଘଟଣା କୁ ନେଇ ମୁନା ଦାସ ଙ୍କ ମାଆ ଓ ସାନ ଭାଇ ଠିକାଦାର ଙ୍କ ନାମରେ ଗଣମାଧ୍ୟମ ଆଗରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଠିକାଦାର ପ୍ରସନ୍ନ ଡାଳୁଆ , ଘର କାକଟପୁର ବାଜପୁର ଗ୍ରାମ, ୩ବର୍ଷ ପୂର୍ବେ ତାଙ୍କ ଘରକୁ ଆସି, ତାଙ୍କ ପୁଅ ମୁନା ଦାଶଙ୍କୁ ସୁରାଟ ରେ କାମରେ ରଖେଇଦେବେ ବୋଲି, ଘରୁ ଆସି ନେଇଯାଇଥିଲେ । ମୁନା ଦାଶଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ, ଠିକାଦାର ତାଙ୍କ ପୁଅକୁ ଭଲ କାମରେ ରଖିବେ ଓ ସେଠାରେ ସେ ଭଲରେ ରହିବ ବୋଲି କହି ନେଇଥିଲେ । କିନ୍ତୁ ମୁନା ଦାସ ୩ବର୍ଷ ହେବ ଗଲା ପରେ ଆଉ ଘରକୁ ଫେରି ନାହାନ୍ତି । କୋରନା ର ଦୁଇ ବର୍ଷ ମଧ୍ୟରେ ବି ଛାଡି ନଥିଲେ ଠିକାଦାର । ସେଠାରେ ତାଙ୍କୁ ରଖି ଜୋର ଜବରଦସ୍ତି ଅତ୍ୟାଚାର ସହ, କାମ କରାଉଥିଲେ । ଠିକାଦାର ପ୍ରସନ୍ନ ଡାଳୁଆ ଦରମା ମଧ୍ୟ ସଠିକ ଭାବେ ଦିଅନ୍ତି ନାହିଁ ବୋଲି ପରିବାର ଲୋକ କହୁଛନ୍ତି । ମୁନା ଦାଶ ଯେବେ ତାଙ୍କ ପାରିସ୍ରମିକ ମାଗନ୍ତି, ଠିକାଦାର ପ୍ରସନ୍ନ ଡାଳୁଆ ମିଛ ଘଟଣାରେ ମୁନା ଦାସ ଙ୍କୁ ଅନ୍ୟ ଯୁବକଙ୍କ ଦ୍ୱାରା ବିଭିନ୍ନ ମିଛ ଆରୋପ ଲଗାଇ ମାରପିଟ କରନ୍ତି । ପରିବାର ଲୋକ ପୁଅକୁ ଉଦାର ପାଇଁ କାକୁତି ମିନତୀ କରିବା ସହ କାକଟପୁର ଥାନାର ଦ୍ଵାରସ୍ତ ହୋଇଛନ୍ତି l ଏହି ଘଟଣା ର ତଦନ୍ତ କରାଯାଇ ଦାଦନ ଶ୍ରମିକ ସୁକାନ୍ତ ଙ୍କୁ ସେଠାରୁ ଉଦ୍ଧାର କରି ଓଡିଶା ଫେରାଇଆଣିବାକୁ ତାଙ୍କ ପରିବାର ଲୋକମାନେ ଆକୁଳ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ