ପଂଚାୟତ ଅର୍ଥ ଚଳୁ କରିବା ଅଭିଯୋଗରେ ସରପଂଚ ଗିରଫ

ଘଟଗାଁ(ଯୁଗାବ୍ଦ ନ୍ୟୁଜ)ସରକାର ପ୍ରତ୍ୟେକ ପଂଚାୟତକୁ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ମାସ ଲକ୍ଷ ଲକ୍ଷ ଟଙ୍କା ଦେଉଥିବା ବେଳେ ସେ ସବୁ ଟଙ୍କାକୁ କିଛି ଲୋଭି ସରକାରୀ କର୍ମଚାରୀ ମାନେ ଆତ୍ମସାତ କରି ମାଲେ ମାଲ ହେଉଥିବା ଦେଖିବାକୁ ମିଳୁଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ଗ୍ରାମ ପଂଚାୟତରେ । ପଂଚାୟତର ବ୍ୟାଙ୍କ୍ ଖାତାରୁ ଉଭୟ ସରପଂଚ ଏବଂ ପିଇଓ ଦୁହେଁ ମିଶି ପାଖାପାଖୀ ୨୨ଲକ୍ଷଟଙ୍କା ଚଳୁ କରିଥିବା ବ୍ଲକ୍ ପ୍ରଶାସନ ଘଟଗାଁ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ କ୍ରମେ ଘଟଗାଁ ପୋଲିସ୍ ଗତକାଲି ରାତିରେ ପିପିଳିଆ ପଂଚାୟତର ସରପଂଚଙ୍କୁ ଗିରଫ କରିବା ସହିତ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ଅନ୍ୟପକ୍ଷରେ ବର୍ତମାନ ପର୍ଯ୍ୟନ୍ତ ନିଲମ୍ବିତ ପୂର୍ବତନ ପିଇଓ ଫେରାର୍ ଥିବା ବେଳେ ଖୁବ୍‌ଶିଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ୍ ପ୍ରକାଶ ଥିଲା । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ଗ୍ରାମ ପଂଚାୟତ । ପଂଚାୟତର ପିଇଓ ଏବଂ ସରପଂଚ ଉଭୟ ମିଳିତ ଭାବେ ପଂଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଘଟଗାଁ ବ୍ଲକ୍ ପ୍ରଶାସନ ପାଖକୁ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ପ୍ରଶାସନ ଗତ କିଛି ଦିନ ତଳେ ପଂଚାୟତକୁ ଯାଇଥିଲେ କିନ୍ତୁ କୌଣସି କାଗଜ ପତ୍ର ନପାଇବାରୁ ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା । ଜିଲ୍ଲା ପ୍ରଶାସନ ଏ ବିଷୟରେ ଅବଗତ ହେବା ପରେ ଏକ ସ୍ୱତନ୍ତ୍ର ଟିମ୍‌କୁ ପଠାଇଥିବା ଏ ଘଟଣାର ତଦନ୍ତ କରିବା ପାଇଁ । ଉକ୍ତ ଟିମ୍ ଘଟଣାର ତଦନ୍ତ କରିବା ସହିତ ବ୍ୟାଙ୍କ୍ ଷ୍ଟେଟ୍‌ମେଂଟକୁ ଯାଂଚ କରିବା ପରେ ସରପଂଚ ଓ ପିଇଓ ମିଳିତ ଭାବରେ ପାଖାପାଖି ୨୨ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡିଥିଲା । ଜିଲ୍ଲା ପ୍ରଶାସନ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୂର୍ବତନ ପିଇଓ ସୌଭାଗ୍ୟ ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ବିଡିଓଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ୍ କେସ୍ ନଂ ୧୪୬/୧୯ ଅଣ୍ଡର ସେକ୍ସନ୍ ୪୦୯, ୩୪ ଆପିସି ରେ ଗୋଟିଏ କେସ୍ ରୁଜୁ କରିଥିଲା ।  ବର୍ତମାନ ପର୍ଯ୍ୟନ୍ତ ନିଲମ୍ବିତ ପୂର୍ବତନ ପିଇଓ ଫେରାର୍ ଥିବା ବେଳେ ଖୁବ୍‌ଶିଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ୍ ପ୍ରକାଶ କରିଛି । ତେବେ ଦୀର୍ଘ ଦିନ ଧରି ପଂଚାୟତକୁ ଆସୁଥିବା ସରକାରୀ ଟଙ୍କା ସବୁ ହଡପକାରୀଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଏନେଇ ସ୍ଥାନୀୟ ଅଂଚଳବାସୀ ଖୁସି ଅଛନ୍ତି ଏବଂ ପ୍ରକୃତ ଘଟଣାର ତଦନ୍ତ କରି ଖୁବ୍‌ଶିଘ୍ର ପୂର୍ବତନ ପିଇଓଙ୍କୁ ଧରାଯାଇ ଉଚିତ୍ ଦଣ୍ଡ ଦିଆଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ