ପକ୍କାଘର ଆବଂଟନରେ ମଧ୍ୟପ୍ରଦେଶ ଭଳି କାର୍ଯ୍ୟ କରି ଦେଖାନ୍ତୁ ନବୀନ

ଭୁବନେଶ୍ୱର, ମଧ୍ୟପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ତାଙ୍କ ରାଜ୍ୟ ମଧ୍ୟପ୍ରଦେଶରେ କଚ୍ଚା ଘରେ ବସବାସ କରୁଥିବା ସମସ୍ତ ଗରିବ ପରିବାରଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପକ୍କାଘର ଉପଲବ୍ଧ କରିବା ପାଇଁ ବଡ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ବଂଟନ ଦୁର୍ନିତୀରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଓ ଜେଲ୍ ପଠାଇବାର ନିର୍ଦ୍ଦେଶ ଦେବା ସହ ଆଜି ଦୁର୍ନିତୀରେ ସମ୍ପୃକ୍ତ କିଛି ଅଧିକାରୀଙ୍କୁ ଚାକିରୀରୁ ସସ୍‌ପେଣ୍ଡ୍ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାରେ କଚ୍ଚା ଘରେ ବସବାସ କରୁଥିବା ସମସ୍ତ ଗରିବ ପରିବାରଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ପକ୍କା ଘର ଉପଲବ୍ଧ ନିଶ୍ଚୟ କରନ୍ତୁ । ସେହିପରି ଆବାସ ଦୁର୍ନିତୀରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଓ ଜେଲ୍ ପଠାଇବା ଭଳି ଦଣ୍ଡ ବିଧାନ କରିବା ପାଇଁ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ନିବେଦନ କରିଛନ୍ତି ।
ପ୍ରକାଶ ଥାଉ କି କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ଟିମ୍ ଓଡିଶା ଆସି ହିତାଧିକାରୀଙ୍କୁ ଭେଟି ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ୧୦୦୦କୋଟି ଟଙ୍କାର ଦୁର୍ନିତୀ ହୋଇଥିବାର ପ୍ରକାଶ ମଧ୍ୟ କରିଥିଲେ । ଦୁର୍ନିତୀରେ ସମ୍ପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । କାର୍ଯ୍ୟାନୁଷ୍ଠାନ ନେବା ଦୂରେ ଥାଉ କେନ୍ଦ୍ର ସରକାରଙ୍କର ଏହି ନିର୍ଦ୍ଦେଶକୁ ଚପାଇ ଦେବା ସହ ରାଜ୍ୟ ସରକାର ଚୁପ୍ ହୋଇବସିଛନ୍ତି । ସରକାର ନିଜେ ଦୁର୍ନିତୀରେ ସମ୍ପୃକ୍ତ ଥିବା କାରଣରୁ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଡରୁଛନ୍ତି ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ