ପାରଳାଖେମୁଣ୍ଡି ସ୍ଥିତ ୟୁ- ଟେକ୍ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ହିନ୍ଦୀ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରାସାଦ ପଣ୍ଡା)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜତାରା କନିଷ୍ଠ ମହାବିଦ୍ୟାଳୟ’ର ମିଳିତ ଆନୁକୂଲ୍ୟରେ ଆଜି ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ’ରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର’ର ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର’ଙ୍କ ସଭାପତିତ୍ୱ’ରେ ପଣ୍ଡିତ ନରସିଂହ ଗୌଡ଼ ମୁଖ୍ୟ ବକ୍ତା , ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା। ମୁଖ୍ୟ ଅତିଥି , ପ୍ରଗତି ମହିଳା ସଂଗଠନ’ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସମ୍ମାନିତ ବକ୍ତା ଏବଂ ରାଜାତାରା କଲେଜ’ର ମୁଖ୍ୟ ଶ୍ରୀ କେ. ଅରୁଣ କୁମାର ଶ୍ରୀ ସତ୍ୟନାରାୟଣ କାର୍ଜୀ,ପ୍ରମୁଖ ମଞ୍ଚଆସିନ ଅତିଥିଭାବେ ଯୋଗଦେଇ ହିନ୍ଦୀ ଭାଷା’ର ଇତିହାସ ଓ ଦିବସ ପାଳନ’ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟତଃ ଏହା ଜନମାନସ’ଙ୍କ ଭାଷା ତଥା ରାଷ୍ଟ୍ର ଭାଷା ଏହା ସମସ୍ତ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିରଖିବା ଭାଷା । ହିନ୍ଦୀ ଭାଷାର ଅଧିକ ପ୍ରଚଳନ ଓ ଏହାର ଅଣଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ୧୪ ସେପ୍ଟେମ୍ବର ଦିନ ଏହି ହିନ୍ଦୀ ଦିବସ ପାଳନ କରାଯାଉଛି । ୧୯୪୯ ମସିହା ୧୪ ସେପ୍ଟେମ୍ବର ଦିନ ସଂଭିଧାନ ସଭାର ମତ ପ୍ରକାରେ ହିନ୍ଦୀ’କୁ ରାଷ୍ଟ୍ରଭାଷା ଘୋଷିତ କରାଯାଇଥିଲା ବୋଲି କହିଥିଲେ । ଏହି ଅବସରରେ ଉଭୟ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜାତାରା କଲେଜ’ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ” ହିନ୍ଦୀ କାହିଁକି ଆମର ରାଷ୍ଟ୍ରଭାଷା ହେବା ଉଚିତ” ଶୀର୍ଷକ ବିଷୟ ଉପରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ରୁ ଉର୍ଦ୍ଧ୍ବ କଲେଜ ଛାତ୍ର/ଛାତ୍ରୀ ଯୋଗ ଦେଇଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସିନ ଅତିଥି ମାନେ ପ୍ରମାଣ ପତ୍ରଏବଂପୁରସ୍କାର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ’ରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲକ୍ଷଣି ଲୀମା ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ କ୍ଷୀରାଦ୍ବି ତନୟା ପଣ୍ଡା ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


