ପଙ୍କଳବାଡ଼ି ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ନାହାଡ଼ା ଟିମ୍ ଚମ୍ପିୟାନ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମରେ ପଙ୍କଳବାଡ଼ି ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚର ଫାଇନାଲରେ ନାହାଡ଼ା ଟିମ୍ ଚମ୍ପିୟାନ ହୋଇଛି । ଉଦଯାପନୀ ଦିବସରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଙ୍ଗିଡି ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା, ହାଇ ସ୍କୁଲ ଶିକ୍ଷକ ନିଳାମ୍ବର ନାୟକ, ରାଜେନ୍ଦ୍ର କୁମାର ସାହୁ, ଦ୍ବିତୀକୃଷ୍ଣ ପାଢ଼ୀ ଓ ଦେବରାଜ ସ୍ଵାଇଁ ଏବଂ ପାଙ୍ଗିଡି ପିଇଓ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ବିଜୟୀ ନାହାଡ଼ା ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ଝୋଲାରୀ ଟିମ୍ କୁ ରନର୍ସ ଅପ ସିଲ୍ଡ଼ ପ୍ରଦାନ କରିଥିଲେ ।


