କ୍ରୀଡାର ବିକାଶ ଓ ଷ୍ଟାଡିଅମରେ ବହୁବିଧ କ୍ରୀଡା ଆୟୋଜନ ପାଇଁ ପଦକ୍ଷେପ ନିଆଯିବ – କ୍ରୀଡାମନ୍ତ୍ରୀ
ସୋରଡା,(ରଜନୀ କାନ୍ତ ମହାପାତ୍ର): ସୋରଡା ଋଷି କୁଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଅୟୋଜିତ ୧୨ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମିଫାଇନାଲରେ ଆସିକା ଅମରନାଥ ସହ ଚେରମାରିୟା କ୍ରିକେଟକ୍ଲବ ମଧ୍ୟରେ ଅୟୋଜିତ ହେଇଥିଲା ।ଚଳିତ ବର୍ଷ ଋଷିକୁଲ୍ୟା କ୍ରିକେଟ କ୍ଲବନିଜର ୨୦ତମ ଆନୁଷ୍ଠାନିକ ପ୍ରତିଷ୍ଠା ଦିବସ ପାଳନ କରିଥିଲା ।ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବେ ଓଡିଶା କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୋରଡା ବ୍ଲକ ଅଧ୍ୟକ୍ଷା ସାଇବାଣି ମଳିକ, କ୍ଲବର ପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା, ସଭାପତି ଏଫ୍ରେମ ବେହେରା, ବରିଷ୍ଠ ସଦସ୍ୟ ମନୋଜ କୁମାର ମହାପାତ୍ର , କ୍ଲବ ସମ୍ପାଦକ ରଜନୀକାନ୍ତ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଅୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାଡିଅମର ଆବଶ୍ୟକତା ଓ କ୍ଲବକୁ ଅଧିକ ସରକାରୀ ଅନୁଦାନ ଉପରେ ଆଲୋକ ପାତ କରିଥିଲେ ସମ୍ପାଦକ ରଜନୀ ମହାପାତ୍ର ।ଷ୍ଟାଡିଅମର ସୌନ୍ଦର୍ଯ୍ୟ କରଣ, ବହୁବିଧକ୍ରୀଡାର ଆୟୋଜନ, ଓପନ ଯିମ, ଇଣ୍ଡୋର ହଲ,ପାଚେରୀ ନିର୍ମାଣ, ପାନୀୟ ଜଳର ସୁବିଧା ଏକ ସୁନ୍ଦର ପ୍ରବେଶ ଗେଟ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ କ୍ଲବ ସମ୍ପାଦ କରଜନୀ ମହାପାତ୍ର ।କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରା ଏହି ସବୁ ଉପରେ ଦୃଷ୍ଟିଦିଆଯିବ, ଷ୍ଟାଡିଅମରେ ଏକ ଇଣ୍ଡୋର ହଲ,ପାନୀୟଜଳର ସୁବିଧା, ଷ୍ଟାଡିଅମର ସୌନ୍ଦର୍ଯ୍ୟ କରଣ ଏବଂ ଏହି ଷ୍ଟାଡିଅମ ଯେପରି ବହୁବିଧ କ୍ରୀଡା ପାଇଁ ଉପଯୋଗୀ ହେଇପାରିବ ସେଥି ପାଇଁ କ୍ରୀଡ଼ା ବିଭାଗ ତରଫରୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ କ୍ଲବ ଦାବି କରିଥିବା ବିଷୟ ଉପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ଶେଷରେ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହେବା ପରେ କିଛି ସମୟ ଖେଳିଥିଲେ କ୍ରୀଡ଼ାମନ୍ତ୍ରୀ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବଲ ପକାଉ ଥିବା ବେଳେ ବେଟିଂ କରିଥିଲେ କ୍ରୀଡ଼ାମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ଏହି ଗସ୍ତରେ ଜିଲ୍ଲାକ୍ରୀଡ଼ା ଅଧିକାରୀଙ୍କ ଦେଖା ମିଳିନଥିଲା । ମଞ୍ଚ ଉପରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନାମ ଡକାଯାଇ ଥିଲେ ମଧ୍ୟ ତାଙ୍କର ଅନୁପସ୍ଥିତ ଦେଖିବାକୁ ମିଳିଥିଲା ।କିନ୍ତୁ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ସୋରଡା ଆସିଥିବା ଏବଂ ଷ୍ଟାଡିଅମରେ ଉପସ୍ଥିତ ନଥିବା ଆଲୋଚନା ହେଇଥିବା ଶୁଣିବାକୁ ମିଳିଥିଲା ।ଆଜିର ସେମିଫାଇନାଲ ମେଚରେ ଚେରମାରିୟା ପ୍ରଥମେ ଟସଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆସିକା ଅମରନାଥ ବେଟିଂ କରିଥଲା । ନିର୍ଧାରିତ ୨୦ ଓଭରରେ ୨୦୧ରନ ସଂଗ୍ରହ କରିଥିଲା ଦଳ । ଦଳ ତରଫରୁ ସୁଦେଶ ବ୍ୟକ୍ତିଗତ ୯୨ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଚେରମାରିୟା ମାତ୍ର ୧୮୨ରନ ସଂଗ୍ରହ କରିବା ସହ ୧୯.୨ ଓଭରରେ ସମସ୍ତ ବିକେଟ ହରାଇ ପରାସ୍ତ ହେଇଥିଲା । ଆସିକା ଅମରନାଥ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ।କ୍ଲବର ବରିଷ୍ଠ ସଦସ୍ୟ ତଥା ପରାମର୍ଶଦାତା ବିଜୟ କୁମାର ପଣ୍ଡା ଆଜି ଖେଳ ଶେଷରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଆସିକାର ସୁଦେଶକୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ।ଆଜିର ସେମିଫାଇନାଲକୁ ବିଧୁଭୂଷଣ ଦାସ ଓ ସତ୍ୟ ପଟନାୟକ ଅମ୍ପାଇଁରିଂ କରିଥିବା ବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ମନୋଜ ମହାପାତ୍ର ଓ ସଞ୍ଜୟପଣ୍ଡା।ସ୍କୋରର ଦାଇତ୍ୱ ତୁଲାଇଥିଲେ ରାଜା ମହାପାତ୍ର ଓ ମୁନା ପାଣିଗ୍ରାହୀ । ଆସନ୍ତା ଦ୍ୱିତୀୟ ସେମିଫାଇନାଲରେ ସୋରଡା ଘରୋଇ ଋଷିକୁଲ୍ୟା କ୍ରିକେଟ କ୍ଲବ ଓ ରୋୟାଲ କ୍ରିକେଟ କ୍ଲବ ହିଞ୍ଜଳିକାଟୁ ମଧ୍ୟରେ ଅନୁଷ୍ଠିତ ହେବ ।


