ପଞ୍ଚାୟତ ଗୋଦମ୍ ଗୃହ ରେ ନିଆଁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମ ପଂଚାୟତ ଗୋଦାମ ଗୃହ ରେ ନିଆଁ ଲାଗି କେବଳ ଚାଉଳ ବସ୍ତା ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଗୋଦାମ ଗୃହରେ ହଟାତ ଧୂଆଁ ବାହାରିଥିଲା ସ୍ଥାନୀୟ ଲୋକ ଦେଖି ପଂଚାୟତ ଗୋଦାମ ଗୃହ କୁ ଆସି ଦେଖିଲେ ଖାଲି ଚାଉଳ ବସ୍ତା ଗୁଡ଼ିକ ଜଳୁଛି l ପରେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିଥିଲେ l ଗୋଦାମ ଗୃହ ରେ ଥିବା ଚାଉଳ ବସ୍ତା ଗୁଡ଼ିକ କିଛି ପଡିଥିବା ବେଳେ କେତେକ ବସ୍ତା ଅଳ୍ପକେ ନିଆରୁ ବର୍ତିଯାଇଥିଲା । ଗ୍ରାମବାସୀ ପାଣି ପକାଇ ଖାଲି ଚାଉଳ ବସ୍ତା ରୁ ନିଆଁ କୁ ଆୟତ୍ତ କରିଛନ୍ତି l ଗୋଦାମ ଗୃହରେ ଏକ ମାସର ହିତାଧିକାରୀଙ୍କ ପାଇଁ ଚାଉଳ ଗଚ୍ଛିତ ଥିବାବେଳେ ଗ୍ରାମବାସୀ ଆୟତ୍ତ କରି ଲକ୍ଷଧିକ ଟଙ୍କା ର ଚାଉଳ କୁ ନିଆଁ ଲାଗିବାରୁ ସୁରକ୍ଷିତ କରିଥିବା ଦେଖିବାକୁ ମିଳିଛି । ସର୍ଟସର୍କିଟ ଯୋଗୁଁ ଚାଉଳ ଗୋଦାମ ରେ ଲାଗିଲା ନିଆଁ ଲଗାଯାଇଥିବା ଜଣାପଡ଼ିଛି l


