‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି’ଯୋଜନା ମାଧ୍ୟମରେ କ୍ରୀଡ଼ାବିତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନୂଆ ଦିଲ୍ଲୀ:କ୍ରୀଡ଼ାବିତଙ୍କ ପାଇଁ ମନ୍ତ୍ରଣାଳୟ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି’ ଯୋଜନା କାର୍ଯ୍ୟକାରୀ କରୁଛି । ଅନ୍ୟାନ୍ୟ ଉଦ୍ଦେଶ୍ୟ ମଧ୍ୟରେ ଏହି ଯୋଜନା ପୂର୍ବ ତଥା ବର୍ତ୍ତମାନର ଜାତୀୟ ସ୍ତରର କ୍ରୀଡ଼ାବିତ ମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହି ଯୋଜନା କ୍ରୀଡ଼ାବିତ ମାନଙ୍କୁ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ସମୟରେ ଆଘାତଜନିତ ଚିକିତ୍ସା, କ୍ରୀଡ଼ାବିତ ମାନଙ୍କ କଲ୍ୟାଣ, କ୍ରୀଡା ଉପକରଣ କ୍ରୟ ଏବଂ ଇଭେଣ୍ଟରେ ଅଂଶଗ୍ରହଣ ଇତ୍ୟାଦି ପାଇଁ ସହାୟତା ପ୍ରଦାନ କରିଥାଏ । ଏହି ଯୋଜନାର ସଂପୂର୍ଣ୍ଣ ବିବରଣୀ ମନ୍ତ୍ରଣାଳୟ ୱେବସାଇଟ୍ http://yas.nic.in/sports/national-welfare-fund-sportspersons-0 ରେ ଉପଲବ୍ଧ । ଆହୁରି ମଧ୍ୟ ମନ୍ତ୍ରଣାଳୟ ଖେଳାଳୀଙ୍କୁ ଅତିରିକ୍ତ ଆର୍ଥିକ ସୁରକ୍ଷା ଯୋଗାଇବା ଲାଗି ‘ସ୍କିମ ଅଫ ସ୍ପୋର୍ଟ୍ସ ଫଣ୍ଡ ଫର ପେନସନ ଟୁ ମେରିଟୋରିୟସ ସ୍ପୋର୍ଟ୍ସପର୍ସନ’ ଅନ୍ତର୍ଗତ ଅଲିମ୍ପିକ ଗେମ୍ସ, ଏସିଆନ ଗେମ୍ସ, କମନୱେଲ୍ଥ ଗେମ୍ସ ଏବଂ ପାରା-ଅଲିମ୍ପିକ ଗେମ୍ସରେ ପଦକ ଜିତିଲେ ମାସିକ ୧୨,୦୦୦ ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଆକାରରେ ସହାୟତା ପ୍ରଦାନ କରୁଛି ।କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜୁ  ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ