ପଦ୍ମଶ୍ରୀ ପ୍ରଫୁଲ୍ଲ କର ଥିଲେ ଉତ୍କଳ ସଂଗୀତ ଜଗତର ଭୀଷ୍ମ ପିତାମହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବରିଷ୍ଠ ସଂଗୀତଜ୍ଞ, ଭାଷା ଆନ୍ଦୋଳନର ସଦସ୍ୟ, ଓଡ଼ିଶାର କଳା, ସଂସ୍କୃତିର ଉଜ୍ଜ୍ୱଳମୟ ଜ୍ୟୋତିଷ୍କ ତଥା ସଙ୍ଗୀତ ଜଗତର ଭୀଷ୍ମ ପିତାମହ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ସ୍ୱର୍ଗତ କର ଥିଲେ ପ୍ରବୀଣ ସ୍ତମ୍ଭକାର, ସାହିତ୍ୟିକ । ସଂଗୀତ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ଚିର ସ୍ମରଣୀୟ ହୋଇ ରହିବା ସହିତ ନୂତନ ଯୁବକମାନଙ୍କୁ ଓଡ଼ିଶାର ସଂଗୀତ ପ୍ରତି ପ୍ରୋତ୍ସାହିତ କରି ଆସୁଥିଲେ । ଓଡ଼ିଶା ସଂଗୀତର ମାନକୁ ନିର୍ଦ୍ଦେଶନା ମଧ୍ୟମରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଥିଲେ । ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ଡକ୍ଟର ଅସିତ ଦାସ, ସତ୍ୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ କରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ