ପଦ୍ମ ଦଳରେ ମିଶିଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
ବିଜେପିର ଦଳୀୟ ସଙ୍ଗଠନ ଦିନକୁ ଦିନ ସୁଦୃଢ଼ ହେଉଛି । କାଲି ବିଜେଡ଼ିର ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ମୟୁରଭଞ୍ଜ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେପିରେ ଯୋଗ ଦେଇଛନ୍ତି । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।
ପ୍ରବୀଣ ଭଞ୍ଜଦେଓ ଗତକାଲି ଟିକେଟ୍କୁ ନେଇ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ତେବେ ସେ ଆଜି ନିଜର ସମର୍ଥକଙ୍କ ସହିତ ଦଳରେ ଯୋଗ ଦେଇଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


