ପ୍ରକାଶ ପାଇଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଓଡ଼ିଶାରେ ୪ର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ୪ର୍ଥ ପର‌୍ୟ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୯ ଏହିସବୁ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଏପ୍ରିଲ୍ ୧୦ରେ ପ୍ରାର୍ଥୀପତ୍ର ଯାଞ୍ଚ୍, ଏପ୍ରିଲ୍ ୧୨ରେ ପ୍ରତ୍ୟାହାର କରାଯିବାକୁ ସମୟ ସୀମା ଧାର‌୍ୟ୍ୟ କରାଯାଇଛି। ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନରେ ରାଜ୍ୟର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ୬ ଲୋକସଭା ତଥା ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଏପ୍ରିଲ୍ ୨୯ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ କରାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ