ପରଦାକୁ ଆସିବ “ବାଲା’

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ “ବାଲା’ ନଭେମ୍ବର ୭ରେ ପରଦା ଉପରକୁ ଆସିବାକୁ ଯାଉଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଟାଇଟେଲକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଟାଇଟେଲ ପଛର ରହସ୍ୟକୁ ଉନ୍ମୋଚନ କରିଛନ୍ତି ଆୟୁସ୍ମାନ । ସେ ନିଜେ ହିଁ ଫିଲ୍ମର ଟାଇଟେଲ ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି । ଫିଲ୍ମର କାହାଣୀକୁ ନେଇ ଏକ ମଜାଦାର ଟାଇଟେଲ ଆବଶ୍ୟକ ଥିଲା । ବହୁ ଆଲୋଚନା ପରେ ଶେଷରେ “ବାଲା’ ହିଁ ରଖାଯାଇଥିଲା ବୋଲି ସେ କହିଛନ୍ତି । ଫିଲ୍ମର ଟିଜରରୁ ଜଣାପଡୁଛି ଆୟୁଷ୍ମାନ ଚନ୍ଦାପଣ ସମସ୍ୟା ଭୋଗୁଛନ୍ତି । ଏଥିରେ ଆହୁରି ବି ଦେଖିବାକୁ ମିଳିଛି ଯେ ଆୟୁଷ୍ମାନ ଏକ ଟୋପି ପିନ୍ଧି ତାଙ୍କ ଚନ୍ଦା ମୁଣ୍ଡକୁ ଲୁଚାଉଛନ୍ତି । ୫୭ ସେକେଣ୍ଡର ଏହି ଟିଜର୍ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏଥିରୁ ଲାଗୁଛି ସବୁ ଫିଲ୍ମ ପରି ଏହି ଫିଲ୍ମରେ ବି ଆୟୁଷ୍ମାନ କିଛି କମାଲ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଭୂମି ପେଦେନକର ଅଭିନୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ