ପରମହଂସ ପ୍ରଜ୍ଞାନାନନ୍ଦନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : “ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି, ମନକୁ ସ୍ଥିର ଓ ଦୃଢ କରି ଭଗବାନଙ୍କୁ ପ୍ରାର୍ଥନା ପୂର୍ବକ କାର୍ଯ୍ୟ କରିବା ହେଉଛି ‘ସଂକଳ୍ପ’” । ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ‘ଆତ୍ମ-ନିରୀକ୍ଷଣ’ ଓ ‘ମିଳିମିଶି ଚଳିବା’ ବିଷୟବସ୍ତୁ ଉପରେ ଆଧାରିତ ଷଡ ଦିବସୀୟ ନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ର ଉଦ୍‌ଘାଟନୀ ଅଭିଭାଷଣରେ ଅନ୍ତର୍ଜାତୀୟ କ୍ରିୟାଯୋଗର ଆଧ୍ୟାମିôକ ମୁଖ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଜୀବନରେ ଭଲ ହେବା, ବଡ ହେବା ଓ ସଫଳ ହେବାର ସଂକଳ୍ପ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ନୈତିକ ଶିକ୍ଷା ଶିବିରରେ ସ୍ୱାମୀ ଶମର୍ପଣାନନ୍ଦ ଗିରି, ସ୍ୱାମୀ ଅଚଳାନନ୍ଦ ଗିରି, ସ୍ୱାମୀ ଅନିର୍ବାଣାନନ୍ଦ ଗିରି, ସ୍ୱାମୀ ସୁଗୀତାନନ୍ଦ ଗିରି, ସ୍ୱାମୀ ଆନନ୍ଦାନନ୍ଦ ଗିରି, ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି, ସ୍ୱାମୀ ବ୍ରହ୍ମଜ୍ଞାନାନନ୍ଦ ଗିରି, ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେହ ଯୋଗାସନ ଶିକ୍ଷା, ପ୍ରାର୍ଥନା, ଧ୍ୟାନ ଓ ନୈତିକ ଶିକ୍ଷାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ଧୈର୍ଯ୍ୟ ଧରିବା’ ଓ ‘ଦୋଷ ଦର୍ଶନ, କର ବର୍ଜନ’ ବିଷୟବସ୍ତୁ ଉପରେ ଆଧାରିତ ଦଳଗତ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗୀତା ଆବୃତ୍ତି, ସ୍ତୋତ୍ର ପାଠ, ସଙ୍ଗୀତ,ନୃତ୍ୟ, ପ୍ରବନ୍ଧ, କଳା, ବକ୍ତୃତା ଓ ଯୋଗାସନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଶିବିରର ଉଦ୍‌ଯାପନୀ ଉତ୍ସବରେ ଦିବ୍ୟ ଜୀବନ ସଂଘ, କେନ୍ଦ୍ରାପଡା ଶାଖାର ଅଧ୍ୟକ୍ଷା ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଜୀବନରେ ସାଧୁସଙ୍ଗ ଲାଭ କରିବା, ସୌଭାଗ୍ୟଜନକ ବୋଲି ମତ ଦେଇଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ବିଭୂତି ଦାଉଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରହ୍ମଚାରୀ ବୋଧାନନ୍ଦଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିବିରରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶିବିରକୁ ପର୍ଶୁରାମ ଦାସ ପରିଚାଳନା କରିଥିବା ବେଳେ ଏଥିରେ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ