ପରଲୋକରେ ଅଲିମ୍ପିଆନ୍ ବଲବୀର ସିଂହ
ନୂଆଦିଲ୍ଲୀ: ଖ୍ୟାତନାମା ଅଲିମ୍ପିଆନ୍ ବଲବୀର ସିଂ ସିନିୟରଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମେ ୮ ତାରିଖରୁ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ରହିଥିଲା । ତିନୋଟି ଅଲମ୍ପିକ୍ରେ ସ୍ବର୍ଣ୍ଣ ବିଜୟୀ ହକି ଦଳରେ ସେ ପ୍ରମୁଖ ଭୂମିକାର ଗ୍ରହଣ କରିଥିଲେ । ଲଣ୍ଡନରେ ହୋଇଥିବା ୧୯୪୮ ମସିହାର ଅଲିମ୍ପିକ୍ସରେ ଭାଗ ନେଇଥିବା ଟିମ୍ ଇଣ୍ଡିଆ ହକି ଟିମ୍ରେ ରହିଥିବାବେଳେ ୧୯୫୨ରେ ହେଲସିଙ୍କି ଏବଂ ୧୯୫୬ରେ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ ବଲବୀର୍ । ୧୯୫୬ରେ ମେଲ୍ବର୍ଣ୍ଣ ଅଲମ୍ପିକରେ ଭାରତର ଅଧିନାୟକ ହୋଇଥିଲେ । ୧୯୫୭ ମସିହାରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବଲବୀର୍ ।


