ପାକିସ୍ତାନରେ ଏବେ ବି ହିନ୍ଦୁମାନେ ସଂଘର୍ଷରତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ଓ ଓଁକାର ନାଥ ମିଶନ ପକ୍ଷରୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ କ୍ରିୟାଯୋଗ ଆଶ୍ରମ ପ୍ରେକ୍ଷାଳୟରେ ପାକିସ୍ତାନରୁ ଆସିଥିବା ୭୦ଜଣ ହିନ୍ଦୁ ପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓଁକାର ନାଥ ମିଶନର ମୁଖ୍ୟ ଗୁରୁ କିଙ୍କର ବିଠଲ ମହାରାଜଜୀ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ, ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ । ମୁଖ୍ୟ ବକ୍ତାଭାବେ ଏମ୍୍ସର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ କ୍ରିୟାଯୋଗ ଫାଉଣ୍ଡେସନର ମୁଖ୍ୟ ସ୍ୱାମୀ ଶଙ୍କରାନନ୍ଦ ଗିିରି, ଭରତୀୟା •ରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡଃ କିଷାନଲାଲ ଭରତୀଆ ଏବଂ କଲିକତାର ବିଶିଷ୍ଟ ସାମ୍ବାଦିକ ତଥା ଓଁକାର ନାଥ ମିଶନର ଅଧ୍ୟକ୍ଷ ପ୍ରିୟନାଥ ଚଟ୍ଟପୋଧ୍ୟାୟ । ଏହି ସମ୍ବର୍ଦ୍ଧନା ଉତ୍ସବରେ ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜାତୀୟ ସଂହତି ପୁରସ୍କାର ସ୍ୱରୂପ ବିଶିଷ୍ଟ ଅର୍ଥନୀତିଜ୍ଞ ପୂର୍ବତନ କୁଳପତି ପ୍ରଫେସର ଡଃ ବିନାୟକ ରଥ, ବମ୍ବେର ପୂର୍ବତନ ପୋଲିସ୍ କମିଶନର ଆଇପିଏସ୍ ଶ୍ରୀ ଅରୁପ ପଟ୍ଟନାୟକ, ବିଶିଷ୍ଟ ଜ୍ୟୋତିର୍ବିଦ ଏବଂ କାର୍ଟୁନିଷ୍ଟ ସୁଧାଂଶୁ ଦେଓ, ଲାୟନ୍ସ କ୍ଲବର ମୁଖ୍ୟ କାର୍ଯ୍ୟନିର୍ବାହୀ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ପଣ୍ଡା, ରୋଟାରିଆନ ଆଇନ୍ଜୀବୀ ପ୍ରଶାନ୍ତ କ୍ୁମାର ସାହୁ, ଉକ୍ରଳ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଜାଭିୟର ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଟ୍ରଷ୍ଟି ଶ୍ରୀଯୁକ୍ତ କୁଳଦୀପ ରଥଙ୍କୁ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱର ନାଗରିକ ସମାଜ ପକ୍ଷରୁ ପାକିସ୍ତାନୁ ଆସିଥିବା ହିନ୍ଦୁ ପ୍ରତିନିଧିମାନଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରତିନିଧି ମଣ୍ଡଳୀର ମୁଖ୍ୟ ରମେଶ ଦାସ ପାକିସ୍ତାନରେ ଥିବା ହିନ୍ଦୁମାନଙ୍କର ଅବସ୍ଥା ଓ ଧର୍ମରକ୍ଷା ସମ୍ପର୍କରେ ବିଶେଷ ବିବରଣୀ ଦେଇଥିଲେ ଏବଂ ଭାରତ ପରି ଦେଶରେ ସାଧୁ ସନ୍ଥମାନଙ୍କ ପ୍ରତି ପାକିସ୍ତାନୀ ହିନ୍ଦୁମାନଙ୍କର ଆସ୍ଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଉତ୍ସବରେ ସ୍ୱଗାତ ଭାଷଣ ଦେଇଥିଲେ ସ୍ୱାଗତ ସମିତିର ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓଆଇସି ଅଧ୍ୟକ୍ଷ ପରେଶ ନାୟକ । ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୂତି ଭୂଷଣ କର । କୁମୁଦିନୀ ପଣ୍ଡା, ଜୟପ୍ରକାଶ ମିଶ୍ର, କ୍ଷୀରୋଦ ଛାଟୋଇ, ଇନ୍ଦିରା ମିଶ୍ର, ଡଃ ଏଲ୍.ଏନ୍. ଅଗ୍ରୱାଲ (ହେମରାଜ) ପ୍ରମୁଖ କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ