ବାରାହା ଆକ୍ରମଣରେ ଯୁବକ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବାରାହା ଆକ୍ରମଣର ଶିକାର ହୋଇ ଜଣେ ଯୁବକ ପାରଳାଖେମୁଣ୍ଡି ବଡ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ପ୍ରକାରେ ଜୈରାଶ ଗମାଙ୍ଗ (୨୮) ଗ୍ରାମ କଣ୍ଡାପାର୍ସମ୍ବା ସେ ତାଙ୍କ ଶାଶୁ ଘରକୁ ତରଙ୍ଗଡ଼ା ପଞ୍ଚାୟତ ସ୍ଥିତ ତାମୁସିଂ ଗ୍ରାମକୁ ଯାଇଥିଲେ। ଗତକାଲି ସଖାଳେ ସେ ନିତ୍ୟ କର୍ମ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହଟାତ ଏକ ବଣ ବାରାହା ଆସି ଆକ୍ରମଣ କରିଥିଲା ସେଥିରେ ଜୈରାଶଙ୍କ ପେଟରେ ଓ ଜଂଘରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକ ତୁରନ୍ତ ଜୈରାଶକୁ ଅଟୋ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ଏବଂ ବର୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଜୈରାଶ ଜଣେ ଖଟିଖିଆ ଦିନ ମଜୁରିଆ ହୋଇଥିବାରୁ ଉତ୍ତମ ଚିକିତ୍ସା ଓ ପରିବାର ପରିପୋଷଣ ପାଇଁ ସରକାର ଆର୍ଥିକ ସାହାଯ୍ୟ ଦେବନିମନ୍ତେ ପରିବାର ଗୁହାରି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ଡାକ୍ତରଖାନା ଯାଇ ଜୈରାଶକୁ ଦେଖାକରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଓ ସୁସ୍ଥ ହେଲାପରେ ଚିକିତ୍ସା ଖର୍ଚ୍ଚ ନିମନ୍ତେ ଆବେଦନ କଲେ ତଦନ୍ତ କରି ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ