ପାଖେଇ ଆସୁଛି ଗଣେଶ ପୂଜା କିନ୍ତୁ ଜୀବିକା ହରାଉଛନ୍ତି ମାଟିମୂର୍ତ୍ତୀ କାରିଗର

ଭଞ୍ଜନଗର,(ସନ୍ତୋଷ ଜେନା):ପାର୍ବଣର ଋତୁ ଆସିଲେ ସମସ୍ତଙ୍କ ମନରେ ଆନନ୍ଦ ଖେଳି ଯାଏ, ପଲ୍ଲୀରୁ ଦିଲ୍ଲୀ ସବୁଆଡେ ଉତ୍ସବର ପରିବେଶ ସୃଷ୍ଟି ହୋଇ ଯାଏ।ପାର୍ବଣ ଋତୁର ପ୍ରଥମ ଚରଣରେ ଅଗ୍ରପୂଜ୍ୟ ଗଜାନନଙ୍କୁ ପୂଜା କରାଯାଇଥାଏ | ତାପରେ ଅନ୍ୟ ଦେବଦେବୀଙ୍କ ପୂଜା ସବୁ ଗୋଟିଏ ପରେ ଗୋଟିଏ ଅନୁଷ୍ଠିତ ହୋଇଯାଏ ଓ ଏହି ଅବସରରେ ମୂର୍ତ୍ତି କାରିଗର ମାନଙ୍କୁ ଫୁରସତ ନ ଥାଏ ।ସେମାନେ ମାସେ ଆଗରୁ ଦିନରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗି ପଡନ୍ତି । ଛୋଟରୁ ବଡ ଭଳିକି ଭଳି ମୂର୍ତ୍ତି ସବୁ ନିର୍ମାଣ କରିଥାନ୍ତି ।ପୂଜା କମିଟିଙ୍କ ଅର୍ଡର ଅନୁସାରେ ମୂର୍ତ୍ତି ସବୁ ପ୍ରସ୍ତୁତ ହୋଇଥାଏ । ସହରର ଗଳି କନ୍ଦିରୁ ଆରମ୍ଭ ହୋଇ ସ୍କୁଲ କଲେଜ ସବୁ ଆଡେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ ଓ ଏହି ପୂଜା ଋତୁରେ ମୂର୍ତି କାରିଗର ମାନେ ବେଶ ଦୁଇ ପଇସା ପାଇଥାନ୍ତି କିନ୍ତୁ ବର୍ତ୍ତମାନ ସମୟରେ ପ୍ଲାସ୍ଟର ପ୍ୟାରିସର ମୂର୍ତ୍ତି ସବୁ ବଜାରକୁ ଆସିଲାଣି ଯାହାକି ସହଜରେ ପାଣିରେ ମିଶେ ନାହିଁ ଓ ପରିବେଶ ଦୂଷିତ କରିଥାଏ । କିନ୍ତୁ ଏହି ପ୍ଲାସ୍ଟର ପ୍ୟାରିସର ମୂର୍ତ୍ତି ବଜାରକୁ ଆସିବା ଫଳରେ ପାରମ୍ପରିକ ମାଟି ମୂର୍ତ୍ତି କାରିଗର ମାନେ ନିଜର ଜୀବିକା ହରାଇବାକୁ ବସିଳେନି ତେଣୁ ଏହି ବିଷୟରେ ସରକାର ମଧ୍ୟ ଚିନ୍ତା କରି ଲୋପ ପାଇବାକୁ ବସିଥିବା ମାଟି ମୂର୍ତ୍ତି କାରିଗର ମାନଙ୍କ ସୁରକ୍ଷା ଓ ବିକାଶ ପ୍ରତି ଧ୍ୟାନ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ