ପାଗଳ ମାଙ୍କଡ଼ କାମୁଡ଼ାରେ ୫ରୁ ଉର୍ଦ୍ଧ୍ବ ଆହତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଅଞ୍ଚଳରେ ପାଗଳ ମାଙ୍କଡ଼ କାମୁଡାରେ ୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଅହାତ ଅବସ୍ଥାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସହରରେ କିଛି ଦିନ ହେଲା ମାଙ୍କଡଙ୍କ ଉପଦ୍ରବ ରେ ସାଧାରଣ ଲୋକେ ଅତିଷ୍ଠ ସୋଇପଡିଛନ୍ତି‌।ମାଙ୍କଡ ଉପଦ୍ରବରେ ଆଙ୍କୋରଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସୂଚନାଯୋଗ୍ୟ ଯେ,ଗତ କିଛିମାସ ପୂର୍ବରୁ ହିଞ୍ଜିଳିକାଟୁ ବନାଞ୍ଚଳ ଵିଟହାଉସ ଅନ୍ତର୍ଗତ ଆଙ୍କୋରଡା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଥିଲ। ପାଗଳ ମାଙ୍କଡକୁ ନେଇ ଭୟବିତ ଲୋକେ ।ତେବେ ଏହି ପାଗଳମାଙ୍କଡ଼ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ୧୮ ଓ ୨୦ ଆଙ୍କୋରଡା ଗ୍ରାମର ୫ଜଣଙ୍କୁ କାମୁଡି ଥିବା ବେଳେ ରବିବାର ଗ୍ରାମର କାହ୍ନୁ ଦାଶ, ଭଗବାନ ସାହୁ ଓ ଯୁଧିଷ୍ଠିର ବିଶ୍ଵାଳ ଙ୍କୁ ପାଗଳ ମାଙ୍କଡ଼ ଆସି ତାଙ୍କୁ କାମୁଡି ଦେଇ ପଳେଇ ଯାଇଥିବା ଜଣାପଡିଛି ।ପାଗଳ ମାଙ୍କଡ କାମୁଡି ଥିବା ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ହିଞ୍ଜିଳିକାଟୁ ବନବିଭାଗ ରେ ଥିବା ଅତିରିକ୍ତ ଦାୟିତ୍ବ ରେ ଥିବା ଅଧିକାରୀଣି ଘରମଣି ପାଣିଗ୍ରାହୀ ଙ୍କୁ ଖବର ଦେବାପରେ ମାଙ୍କଡ ଆତଙ୍କ ଯୋଗୁଁ ଆମ ପାଖରେ ଟ୍ରାଙ୍କୁଲାଇଜର ନାହିଁ ଚିଠି ଲେଖି ପଠାଇବେ ବୋଲି କହିଛନ୍ତି ଓ ମାଙ୍କଡ ଘଉଡାଇବା ନିମନ୍ତେ ଦୁଇ ଜଣ ବନକର୍ମଚାରୀ ଙ୍କୁ ପଠାଈଥିବା ଜଣାପଡିଛି ‌ପ୍ରସାଶନ ଏଥିପ୍ରତି ଦୃଷ୍ଟି ନଦେଲେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ