ପାଟପୁର ଗାନ୍ଧୀ ଛକରେ ଓଲିଉଡ଼ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ଠାରେ ଶନିବାର ଦିନ ନ୍ଯୁ ପ୍ରେସ କ୍ଳବ୍ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ସାଂସ୍କୃତିକ ତଥା ମେଲୋଡି କାର୍ଯ୍ୟକ୍ରମରେ ଓଲିଉଡ ଜଗତର କଣ୍ଠଶିଳ୍ପୀଙ୍କୁ ନେଇ ଆୟୋଜିତ ସାଂସ୍କୃତିକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସଙ୍ଗୀତରେ ଝୁମିଲେ ଦର୍ଶକ । ଏହି ଅବସରରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ପ୍ରତିନିଧି କେ .କୁନା , ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର , ପିସିସି ସଭ୍ୟ ଅରବିନ୍ଦ ନାୟକ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , ପ୍ରଶାନ୍ତ କୁମାର ବିଷୋୟୀ , ହରି ରଥ , ଏ .ବାବୁଲା ଦୋରା , ସୁଶାନ୍ତ ସ୍ୱାଇଁ , ନିରାକାର ପ୍ରଧାନ , ପ୍ରଭାକର ତ୍ରିପାଠୀ , ମିଟୁ ଜେନା ଏବଂ ଦିଗପହଣ୍ଡି ଏନ୍ ଏସି କାଉନସିଲର ଦୀପକ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସାନଖେମୁଣ୍ଡି ନ୍ୟୁ ପ୍ରେସ କ୍ଲବ ସାମ୍ବାଦିକ ସଂଘ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବାଲେଶ୍ଵର ଜିଲ୍ଲାର ବାହାନଗାରେ ଗତ ଶୁକ୍ରବାର ରାତିରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଦୁଇ ମିନିଟ ଶୋକସଭା ପାଳିତ ହେବା ସହ ଆହତଙ୍କ ଆରୋଗ୍ୟ କାମନା ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହାପରେ ମେଲୋଡି କାର୍ଯ୍ୟକ୍ରମରେ ଆକର୍ଷଣ ପାଲଟିଥିବା ଓଲିଉଡ ଜଗତର ସୁନାମଧନ୍ୟ ଗାୟକ ତାରିକ ଅଜିଜ୍ , ଗାୟିକା ଅର୍ପିତା ଚୌଧୁରୀ , ଲିପ୍ସା ମହାପାତ୍ରଙ୍କ କଣ୍ଠ ରେ ଫିଲ୍ମ ଓ ଆଲବମ ଗୀତରେ ରୁଣ୍ଡ ହୋଇଥିବା ଦର୍ଶକ ଖୁବ୍ ଉପଭୋଗ କରିବା ସହ ଗୀତର ତାଳେତାଳେ ନାଚି ଉଠିଥିଲେ । ଏଥିସହ ହାସ୍ୟ କମେଡି କିଙ୍ଗ ତଥା ଅଭିନେତା ପ୍ରଜ୍ଞାଙ୍କ କୌତୁକିଆ କଥାରେ ହସି ଉଠୁଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅଞ୍ଚଳର ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାନଖେମୁଣ୍ଡି ନ୍ୟୂ ପ୍ରେସ କ୍ଲବ ସାମ୍ବାଦିକ ସଂଘ ସଭାପତି ପଦ୍ମଲୋଚନ ପାଣିଗ୍ରାହୀ , ସଂପାଦକ ସନ୍ତୋଷ କୁମାର ଦାସ , ସାମ୍ବାଦିକ ଶିବରାମ ସ୍ବାଇଁ , କିରଣ କୁମାର ବେହେରା , ରଘୁନାଥ ନାୟକ , ଅଜୟ ସ୍ବାଇଁ , ପ୍ରଫୁଲ୍ଲ ସାବତ , ଆରତ ହୋତା , ଆଇନ ପରାମର୍ଶଦାତା ପ୍ରଶାନ୍ତ ଡାକୁଆ ସମେତ ବହୁ ଯୁବଗୋଷ୍ଠୀ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ