ହୃଦ୍ଘାତରେ ସମାଜସେବୀଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ସମାଜସେବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଦୋଳଗୋବିନ୍ଦ ମହାପାତ୍ର(୬୩)ଙ୍କର ହୃଦ୍ଘାତରେ ପରଲୋକ ଘଟିଛି । ଖବର ପାଇ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଗୋପିନାଥପୁର ସରପଞ୍ଚ ସବିତାରାଣୀ ନାୟକ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ୍ତ ନାୟକ, ଗଙ୍ଗାଧର ପତି, ରବି ନାରାୟଣ ମହାନ୍ତି, ଉମେଶ ସାହୁ, ସତ୍ୟବାନ ଦାସ, ଗୋପିନାଥପୁର ପଞ୍ଚାୟତ ବିଜେଡି ସଭାପତି ଗୋବିନ୍ଦ ସାହୁ, କରୁଣାକର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁରେ ଲୋକଶକ୍ତିର ସମ୍ପାଦକ ରବି ରାୟ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ପୂର୍ବତନ ସରପଞ୍ଚ ରାମ ନାରାୟଣ ରାୟ, ପୃଥୀରାଜ ଦାସ ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଏକମାତ୍ର ପୁତ୍ର ନୃସିଂହ ମୁଖାଗ୍ନି ଦେଇଥିବା ବେଳେ ଭାଇ ଉମାକାନ୍ତ, ଗୋପିନାଥ, ରଘୁନାଥ, ଜଗନ୍ନାଥ, ନାତି ଜିତେନ୍ଦ୍ରଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଅନ୍ତିମ ସତ୍କାର କ୍ରିୟାରେ ସାମିଲ ଥିଲେ । ସେ ଜଣେ ଅମାୟିକ, ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


