ପାଟପୁର ପୋଲିସ ପକ୍ଷରୁ ୪୧୨ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ : ୧ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ଟି . ଗୋବିନ୍ଦପୁର ପଞ୍ଚାୟତ ଗଞ୍ଜାମ ଗଜପତି ସୀମାନ୍ତ ରବିବାର ଦିନ କପାବାଡ ଗ୍ରାମରେ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ମହଜୁଦ ଥିବା ୪୧୨ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଜଣକ ହେଲେ କପାବାଡ ଗ୍ରାମର ମାର୍କ ଶବର (୩୫) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବିଶେଷ ସୂତ୍ରରୁ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଖବର ପାଇ ସାନଖେମୁଣ୍ଡି ତହସିଲଦାର ଡକ୍ଟର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ପୋଲିସ ଟିମ ତପ୍ତପାଣି ନିକଟସ୍ଥ କପାବାଡ ଗ୍ରାମର ଅଭିଯୁକ୍ତ ମାର୍କଙ୍କ ଘରେ ଅତର୍କିତ ଚଢ଼ାଉ କରି ଘର ଭିତରେ ୧୧ ଗୋଟି ବସ୍ତାରେ ମହଜୁଦ ଥିବା ୪୧୨.୫୫୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପାଟପୁର ପୋଲିସ ପକ୍ଷରୁ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତିରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୁଲ୍ୟ ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏନେଇ ପାଟପୁର ଥାନା ମାମଲା ନଂ ୯୮ /୨୦୨୨, ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ