ପାଟପୁର ରେ ଦ୍ୱିତୀୟ ସମୀର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପାଟପୁର ଷ୍ଟାଡିୟମ ରେ ଦ୍ୱିତୀୟ ସମୀର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ରବିବାର ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମହାନଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଣେଷ ଚନ୍ଦ୍ର ପଣ୍ଡା,ଗୋଦାବରୀ ମହାରଣା,ସୁରେଶ ଚନ୍ଦ୍ର ତ୍ରିପାଠୀ, କେ.ପଦ୍ମନାଭ ଦୋରା ଓ ଅଶୋକ ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ ରେ ଧରମପୁର କ୍ରିକେଟ ଟିମ କରପଡା କ୍ରିକେଟ ଟିମ କୁ ପରାଜିତ କରିଥିଲା।ଧରମପୁର ଟିମ ଟସ ଜିତି ପ୍ରଥମେ  ବୋଲିଙ୍ଗ  ନିଷ୍ପତି ନେଇଥିଲା l ପ୍ରଥମେ କରପଡା ବ୍ୟାଟିଂ କରି ୧୨ ଓଭର ରେ ୯ ଉଇକେଟ ହରାଇ ୬୬  ରନ କରିଥିଲା l ଜବାବରେ ଧରମପୁର  ନିର୍ଦ୍ଧାରିତ ୧୧.୩ ଓଭରରେ ୭ ଉଇକେଟ ହରାଇ ୬୭ ରନ କରି କରପଡ଼ା କୁ ପରାସ୍ତ କରିଥିଲା ଧରମପୁର ର ଷ୍ଟ୍ରଇକ ବ୍ୟାଟ୍ସମାନ AJ ଭଲ ବ୍ୟାଟିଂ ପ୍ରଦର୍ଶନ କରି ମ୍ୟାନ ଅଫ ଦ ମ୍ୟାଚ ର ହକଦାର ହୋଇଥିଲେ,ଏବଂ ସୁବ୍ରତ କୁମାର ସାମନ୍ତରାୟ ଓ ଖାରବେଳ ସ୍ୱାଇଁ ଏମ୍ପାୟାରିଙ୍ଗ କରିଥିଲେ l ଏହି ଟୁର୍ନାମେଣ୍ଟରେ ସୁରଦୀପ ପାଣିଗ୍ରାହୀ,ପ୍ରମୋଦ ପଣ୍ଡା,ବିନାୟକ ତ୍ରିପାଠୀ,କୈଳାସ ଦାସ,ଅନିଲ ନାୟକ,ନୀଳମାଧବ ଜେନା,ସାଗର ଦୋରା, ବାପି ପାଣିଗ୍ରାହୀ, ଆକାଶ ନାୟକ,ବିକ୍ରମ ଦାସ,କିରଣ ବେହେରା,ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ