ପାଣି ଏବଂ ମଦର ସ୍ୱାଦ ଚାଖିବା ଚାକିରି ଏଥିରେ ଅଛନ୍ତି ଜଣେ ଭାରତୀୟ
ଚାକିରିକୁ ନେଇ ଆଜିକାଲି ବହୁ ସମସ୍ୟା । ଏମିତିରେ ବି ତ ଜାଣିଥିବେ ଗୋଟିଏ ଚାକିରି ପାଇଁ କେତେ ଲୋକଙ୍କ ଭିଡ଼ ଜମେ । ତଥାପି ମନ ମୁତାବକ ନ ମିଳିଲେ ଲୋକେ ଚାକିରି କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି । କିନ୍ତୁ ଏମିତି ଗୋଟିଏ ଚାକିରି ଅଛି, ଯାହାକୁ ବିଶ୍ୱରେ ମାତ୍ର ୧୧୨ ଜଣ କରିଛନ୍ତି । ଏଥିରେ ଜଣେ ଭାରତୀୟ ବି ସାମିଲ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।
ଏହା ହେଉଛି ପାଣି କିମ୍ବା ମଦର ସ୍ୱାଦ ଚାଖିବା ଚାକିରି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ଏହି ପ୍ରଫେଶନରେ ଜଣେ ମାତ୍ର ବ୍ୟକ୍ତି ଅଛନ୍ତି । ତାଙ୍କ ନାମ ଗଣେଶ ଆୟାର । ସେ କୁହନ୍ତି, କିଛି ବର୍ଷ ହେଲା ଏହି ପ୍ରଫେଶନର ଡିମାଣ୍ଡ ବଢ଼ିଚାଲିଛି । ଯେତେବେଳେ ସେ ଲୋକଙ୍କୁ କୁହନ୍ତି, ତାଙ୍କର ପ୍ରଫେଶନ ହେଲା ପାଣିର ସ୍ୱାଦ ଚାଖିବା, ଲୋକେ ହସରେ ଉଡ଼ାଇ ଦିଅନ୍ତି । କାରଣ ଆମ ଦେଶରେ ସଫା ପାଣିର ଏତେ ଅଭାବ । ଅସଲ କଥା ହେଲା ଗଣେଶ ଜଣେ ୱାଟର ଟେଷ୍ଟର । ୨୦୧୦ ମସିହାରେ ତାଙ୍କୁ ଏନେଇ ପ୍ରମାଣପତ୍ର ବି ମିଳିଛି । ଏହା ପରେ ସେ ଜର୍ମାନୀର ଏକ ଇନ୍ଷ୍ଟିଚ୍ୟୁଟ୍ ଊକ୍ଟରଜ୍ଞରଦ୍ଭଗ୍ଦ ଇମବୟରଜ୍ଞଚ୍ଚ ସଦ୍ଭ ଏକ୍ସବରଲରକ୍ଷଲସଦ୍ଭଶରେ କୋର୍ସ କରି ଚାକିରି କରିଛନ୍ତି ।


