ଆକାଶରୁ ରୁପା ବର୍ଷା !

ବିହାର ରାଜ୍ୟ ସୀତାମାଢ଼ିର ସୁରସଣ୍ଡରେ ଆକାଶରୁ ରୁପା ବର୍ଷା ହେଉଥିବା ଖବର ସାମ୍ନାକୁ ଆସିଛି । ବୁଧବାର ସକାଳେ ଟାୱାର ଛକରୁ ବରାହି ଗାଁକୁ ଯାଉଥିବା ରାସ୍ତାରେ ରୁପା ପଡ଼ିଥିବା ନେଇ ଗୁଜବ ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହା ପରେ ଗାଁଲୋକେ ଗୁଜବର ସତ୍ୟତା ପରୀକ୍ଷା କରିବା ପାଇଁ ରାସ୍ତା ଉପରେ ବାସନ ଧରି ରୁପା ସଂଗ୍ରହ କରିଥିଲେ । ପ୍ରଥମେ ଏହାକୁ ଅସଲି ରୁପା ନୁହେଁ ବୋଲି କୁହାଯାଉଥିବାବେଳେ ପରୀକ୍ଷା ପରେ ଏହା ଖାଣ୍ଟି ବୋଲି ଜଣାପଡ଼ିଥିଲା । ତେବେ ଏତେ ପରିମାଣରେ ରୁପା କେଉଁଠାରୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ କେହି ଦୁର୍ବୃତ୍ତ ବସ୍ତାରେ ଭରି ଏହାକୁ ଚୋରାଚାଲାଣ କରିବାକୁ ନେଉଥିବା ସମୟରେ ଏହା ରାସ୍ତାରେ ପଡ଼ିଯାଇଥିବା ନେଇ ଅନୁମାନ କରାଯାଉଛି । କାରଣ ଏହି ଗାଁ ନେପାଳ ସୀମାରେ ରହିଥିବାରୁ ଏଠାରେ ମାତ୍ରାଧିକ ସଂଖ୍ୟାରେ ଚୋରାଚାଲାଣ ହୋଇଥାଏ । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ