ପାରଳାରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଶିଶୁ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାମନଗରଠାରେ ଶିଶୁ ଦିବସ ପାଳନ ହୋଇଯାଇଛି । ଦୀର୍ଘ ୨ବର୍ଷ ହେଲା ଶିଶୁମାନେ ସେମାନଙ୍କ ସାଙ୍ଗସାଧିଙ୍କ ଠାରୁ ଦୂରେଇ ରହି ମାନସିକ କ୍ଷେତ୍ରରେ ଚାପରେ ରହିଥିବାରୁ ସେମାନଙ୍କୁ ଟିକିଏ ଖୁସି କରାଇବା ପାଇଁ କୁନି କୁନି ଶିଶୁମାନଙ୍କୁ ନେଇ ନାଚ ଗୀତ ଏବଂ ମଉଜ ପ୍ରତିଯୋଗିତା କରାଯାଇଥିଲା । ଚାଚାନେହେହୁରଙ୍କ ଜନ୍ମଦିନ ଏବଂ ଶିଶୁ ଦିବସ ସଂପର୍କୀତ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏଥିରେ ପ୍ରଥମ ବିଜେତା ଏନ୍.ରାମ, ଦ୍ୱିତୀୟ ବିଜେତା ବି.ଦିଲ୍ଲାପ, ତୃତୀୟ ବିଜେତା ଏସ୍.ନାବ୍ୟଶ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତ ଶିଶୁମାନଙ୍କୁ ଲଡୁ ବିସ୍କୁଟ, ଚକଲେଟ, ଖେଳିବା ପାଇଁ ବଲ ଏବଂ ଖାତା ଓ ପେନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଡ. କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ, ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମିନା କୁମାରୀ ଟହଲ ଏବଂ ସଭ୍ୟା ଇନ୍ଦୁମତି ସାହୁ, ଏସ୍.କିର୍ତ୍ତୀ, ଜୟଆମ୍ମା, ଭାଗ୍ୟଶ୍ରୀ ସାଇବାଣୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ସର୍ବଶେଷରେ ଭି.ଭାଗ୍ୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।


