ପାରଳାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ମୋର ମୁଖ୍ୟ କାର୍ଯ୍ୟ ହେବ. ନୂତନ ଆଆଇସି ବାବୁଲି ନାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥାନାରେ ବାବୁଲି ନାୟକ ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଥି ପୂର୍ବରୁ ସେ ପାରଳା ଥାନାରେ ଆଇଆଇସି ଭାବେ ୨୦୧୩ ଜୁଲାଇ ମାସରେ ପ୍ରଥମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ. ପରେ ୨୦୧୯ ମାର୍ଚ୍ଚରେ ଶ୍ରୀ ନାୟକ ପାରଳା ଥାନାରୁ ଗୋଳଥରା ଥାନାକୁ ବଦଳି ହୋଇଥିଲେ. ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ ସମୟ ଧରି ଆଇଆଇସି ଭାବେ ପାରଳାଖେମୁଣ୍ଡି ଥାନାରେ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରି ପାରଳାଖେମୁଣ୍ଡି ଜନ ସାଧାରଣଙ୍କ ସହ ଉପରସ୍ତ ଅଧିକାରୀମାନଙ୍କ ବେଶ ପ୍ରିୟ ପାତ୍ର ହୋଇପାରିଥିଲେ. ଶ୍ରୀ ନାୟକଙ୍କ ଦୀର୍ଘ 6 ବର୍ଷର ଅଭିଜ୍ଞତା ରହିଥିବାରୁ ପାରଳାଖେମୁଣ୍ଡି ଅଞ୍ଚଳରେ ପୋଲିସର ସମସ୍ତ କାର୍ଯ୍ୟ ସମ୍ପାଦନ ତାଙ୍କ ପାଇଁ ବେଶ ସହାୟକ ହେବ. ବିଗତ ଦିନରେ ଶ୍ରୀ ନାୟକ ପାରଳା ଥାନାର ଆଇଆଇସି ଭାବରେ କାର୍ଯ୍ୟ ତୁଲାଇ ଲୋକଙ୍କ ନିକଟରେ ପୋଲିସ ସେବାକୁ ପହଞ୍ଚାଇ ଯେଭଳି ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସର୍ବ ସାଧାରଣରେ ଯେପରି ଆଦରଣୀୟ ହୋଇପାରିଥିଲେ ପୁଣି ସେଭଳି କାର୍ଯ୍ୟ କରି ଲୋକଙ୍କୁ ସେବା କରିବେ ବୋଲି ପାରଳା ଜନ ସାଧାରଣଙ୍କ ତରଫରୁ ପ୍ରକାଶ କରାଯିବା ସହ ଶ୍ରୀ ନାୟକ ପୁଣି ଥରେ ଆଇଆଇସି ଦାୟିତ୍ୱ ନେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରାଯାଇଛି. ଆଇଆଇସି ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ନାୟକ କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଟ୍ରାଫିକ ବ୍ୟବସ୍ତା ପ୍ରତି ଗୁରୁତ୍ୱ ଦେବା ଏବଂ ପୋଲିସ ସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୁଖ୍ୟ କାର୍ଯ୍ୟ ହେବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ