ପାରଳା ଟାଉନ୍ହଲରେ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ-୧୯ ଟିକା କରଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସହକୁମା ପାରଳାଖେମୁଣ୍ଡି ଟାଉନହଲ ଠାରେ ଆଜି ସମ୍ମୁଖ ଯୋଦ୍ଧାମାନଙ୍କୁ କୋଭିଡ-୧୯ ଟିକାକରଣ ଆରମ୍ଭ ହୋଇଛି । ଗଜପତି ଜିଲ୍ଲାପାଳ ଏହି ଟିକା କରଣର ସୁଭାରମ୍ଭ କରିଛନ୍ତି । ଗଜପତି ଏସପି ତପନ କୁମାର ପଟ୍ଟନାୟକ,ଉପ-ଜିଲ୍ଲାପାଳ ସଂଗ୍ରାମ ସେଖର ପଣ୍ଡାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏଥିରେ ଯୋଗ ଦେଇଛନ୍ତି । ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର ଜଣାଇଛନ୍ତି,ଜିଲ୍ଲା ମହକୁମାର ପୋଲିସ,ଅବକାରୀ,ପରିବହନ,ପୌରସଂସ୍ଥା ସମେତ ଅନ୍ୟ ସରକାରୀ କର୍ମଚାରୀମାନେ ଯେଉଁମାନେ କୋରନାରେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସମ୍ମୁଖ ଯୋଦ୍ଧା ହୋଇଥିଲେ ସମସ୍ତଙ୍କୁ ଏହି ପ୍ରତିଶେଧକ ଟିକା ଦିଆଯିବ ଆଜି ୧୮୦ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବା ନିଶ୍ଚିତ ହୋଇଛି ।


