ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜର ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ଆଜି ରାୟଗଡର ସସ୍ମିତା ପାଢ଼ୀ ଓ ଗୀତାଞ୍ଜଳି ସାହୁ ନୂତନ ମନ୍ଦିର ନିର୍ମାଣ ପାଇଁ 10 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି. ମନ୍ଦିର ନିର୍ମାଣ କମିଟି ତରଫରୁ ଦୁର୍ଗା ମାଧବ ପାଣିଗ୍ରାହୀ ମନ୍ଦିର ନିର୍ମାଣ ପାଇଁ ସାହାର୍ଯ୍ୟ କରିଥିବା ଉଭୟ ଭକ୍ତଙ୍କୁ ସାଧୁବାଦ ଜଣାଇଛନ୍ତି.


