ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପାରଳା ସହର ଉତ୍ସବ ମୁଖରିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି ପାରଳା ସହର ଉତ୍ସବ ମୁଖରିତ ହୋଇଉଠିଛି. ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଆଦି ପ୍ରମୁଖ ସଂଗଠନ ସହ ଶ୍ରୀରାମ ଚନ୍ଦ୍ରଙ୍କ ଶହ ଶହ ଭକ୍ତ ଏକ ବିରାଟ ଶୋଭାଯାତ୍ରାରେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସମଗ୍ର ପାରଳା ସହର ପରିକ୍ରମା କରିଥିଲେ. ଶ୍ରୀରାମ ଚନ୍ଦ୍ରଙ୍କ ଜୟ ଜୟ ଧ୍ୱନିରେ ପ୍ରକମ୍ପିତ ସହ ଶଙ୍ଖ ହୁଳହୁଳି ମୃଦୁଙ୍ଗ ବାଦନ ଆଦିରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା. ଶ୍ରୀରାମ ଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣଙ୍କ ଅବତାରକୁ ଅତ୍ୟନ୍ତ ଆକାଶିତ ଭାବେ ସଜାଯାଇ ଏହି ଶୋଭାଯାତ୍ରାରେ ପରିକ୍ରମା କରାଯାଉଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ