ପିଏମଶ୍ରୀ ଧାମନଗର ହାଇସ୍କୁଲର ନୂତନ ପରିଚାଳନା କମିଟି

ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରି ସମସ୍ତ କ୍ଷେତ୍ରରେ କମିଟି କୁ ଆନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା, ବିଦ୍ୟାଳୟ ପରିବେଶ ସଫା ସୁତରାଂ ରଖିବା ଏବଂ ବିଦ୍ୟାଳୟରେ ଉଉନ୍ନତି ସହ ବିଭିନ୍ନ କାଯ୍ୟକ୍ରମ ପାଇଁ ଏସ୍ ଏମ୍ ସି ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଏହି ଆଧାରରେ ଧାମନଗର ଏନ ଏ ସି ଅନ୍ତର୍ଗତ ଶାମପୁର ସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ପିଏମଶ୍ରୀ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅପରାହ୍ନ ୨ଘଟିକା ସମୟରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀଙ୍କ ସଭାପତିତ୍ୱରେ ନୂତନ ପରିଚାଳନା କମିଟି ଗଠନ ନିମନ୍ତେ ନିର୍ବାଚିତ ୧୯ ଜଣ ସଭ୍ୟ ଓ ସଭ୍ୟା ଏବଂ ଅଫିସିଆଲି ମେମ୍ବର ୬ ସମୁଦାୟ ୨୫ ଜଣଙ୍କ ଉପସ୍ଥିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟିର ପ୍ରଥମ କରି ଜଣେ ମହିଳା ସଭାପତି ଭାବେ ଶ୍ରୀ ଶ୍ରୀମତୀ ରସ୍ମିତା ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସାଦୋ ବିବି ନିର୍ବାଚିତ ହୋଇଛନ୍ତି। କମିଟିର ନୂତନ ସଭାପତି ଓ ଉପସଭାପତିଙ୍କୁ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ,ସହକାରୀ ଶିକ୍ଷକ ଭାସ୍କର ଚନ୍ଦ୍ର ଦାସ,ପ୍ରମୋଦ ଦାସ,ଅଭିମନ୍ୟୁ ଶଙ୍ଖୁଆ,ପ୍ରାଣବନ୍ଧୁ ନାୟକ,ଶେଖ ମହମ୍ମଦ ହନିଫ,ଶୁଭମ ମଲ୍ଲିକ,ଶକ୍ତି ରଞ୍ଜନ ହୁମ,ସନାତନ ସାହୁ, ଶିକ୍ଷୟିତ୍ରୀ ତପସ୍ଵିନୀ ତ୍ରୀପାଠୀ,ସସ୍ମିତା ଦାସ,ଲିପିକା ମହାନ୍ତି, ପୁର୍ଣିମା ଲେଙ୍କାଙ୍କ ସମେତ ନୂତନ କମିଟିର ସମସ୍ତ ସଭ୍ୟ ସଭ୍ୟା ଓ କର୍ମଚାରୀ ଉପସ୍ଥିତି ରହି ନବନିର୍ବାଚିତ ସଭାପତି ଓ ଉପସଭାପତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି। ଶେଷରେ ସହକାରୀ ଶିକ୍ଷକ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଅଧିନ ସରକାରୀ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶିକ୍ଷା ପରିଚାଳନା କମିଟି ଗଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ୧୬ଜଣ ସଭ୍ୟ ସଭ୍ୟା ଏବଂ ଅଫିସିଆଲି ୪ ସମୁଦାୟ ୨୦ ଜଣଙ୍କ ଉପସ୍ଥିତରେ ସଭାପତି ଭାବେ ମନୋଜ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଭାରତୀ ବାଳା ଦାସ ନିର୍ବାଚିତ ହୋଇଛନ୍ତି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନୂତନ କମିଟିର ସଭ୍ୟ ସଭ୍ୟା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ ସଭାପତି,ଉପସଭାପତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ