ଶଂଖୋ ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ହାଟଡିହି (ଓ୍ବାଇଏନଏସ): ଶଂଖୋ ଉତ୍କଳମଣି ଶିଶୁ ସାହିତ୍ଯ ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇ ଯାଇଛି। ଗୋପବନ୍ଧୁ ଦାସଙ୍କ ତ୍ଯାଗ ଓ ତିତିକ୍ଷା ପାଇଁ ସେ ଚିର ଅମର ହୋଇ ରହିବେ ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମତବ୍ଯକ୍ତ କରିଛନ୍ତି ଉତ୍କଳମଣି ଶିଶୁ ସାହିତ୍ଯ ସମିତିର ସଭାପତି ରତ୍ନାକର ଦାସ। ଶଂଖୋସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ତାଙ୍କ କୀର୍ତ୍ତିରାଜି ସଂପର୍କରେ ସମିତିର ସଂପାଦକ ନାରାୟଣ ସାହୁ ଓ ଧବଳେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ   କ୍ଷେତ୍ରବାସୀ ମିଶ୍ର ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ ବିଦ୍ୟାଧର ଜେନା,ପଦ୍ମଲୋଚନ ପଳତା,ଓ ରଙ୍ଗାଧର ପଳତା;ମହେନ୍ଦ୍ର ଦାସ ସମେତ ଅନ୍ଯ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ