ପିକ୍ଅପ୍ ଓଲଟି ଡ୍ରାଇଭର ମୃତ
ଭଂଜନଗର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟି ରେ ପିକ୍ଅପ୍ ଓଲଟି ଡ୍ରାଇଭର ମୃତ । ମୃତକ ଜଣକ ହେଲେ ପ୍ରତାପ ପ୍ରଧାନ ଓ ସେ କବିସୂର୍ଯ୍ୟ ନଗର ଅଞ୍ଚଳ ର ବୋଲି ଜଣାପଡିଛି । ବରପାଲି ରୁ କବିସୂର୍ଯ୍ୟ ନଗର କୁ ବାଇଗଣ ବୋଝେଇ ପିକ୍ଅପ୍ ନେଇ ଆସୁଥିବାବେଳେ ଗତ ମଧ୍ୟରାତ୍ର ରେ କଳିଙ୍ଗା ଘାଟି ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପୋଲିସ ଏହି ଘଟଣା ର ତଦନ୍ତ କରୁଛି ।


