ପିପିପି ବା ସିଏସଆର ମଡେଲରେ ସ୍କୁଲରେ ଦିଆଯିବ ବୈଷୟିକ ଶିକ୍ଷା
ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରିନିଓରସିପ୍ ମନ୍ତ୍ରାଳୟର ତତ୍ୱାବଧାନରେ ଥିବା ସ୍କିଲ ଇଣ୍ଡିଆ ମିଶନ ଓ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ ଦ୍ୱାରା କେଇଡି ପଦ୍ଧତିରେ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ସ୍କିଲଏଡ ଇଣ୍ଡିଆ ସହ ରାଜିନାମା ସ୍ୱାକ୍ଷର ହୋଇଛି । ଏଥି ପାଇଁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ମାଧ୍ୟମରେ ଭାରତୀୟ ବ୍ୟବସାୟ ଓ କର୍ପୋରେଟ ମାନଙ୍କରୁ ପ୍ରାପ୍ତ ସିଏସଆର ଫଣ୍ଡ ବିନିଯୋଗ କରାଯିବ । ସ୍କିଲଏଡ ଇଣ୍ଡିଆ ଭାରତର ମାନବ ରଚନା ଶୈକ୍ଷଣିକ ସଂସ୍ଥା ଓ ସ୍ୱିଡେନ୍ ର କନସ୍କପସ୍କୋଲାନ ଏଜୁକେସନ ର ଏକ ସଂଯୁକ୍ତ ଉଦ୍ୟମ । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ପ୍ରମୁଖ ସୋନି ଇଣ୍ଡିଆ ଏବଂ ସ୍କିଲଏଡ ସହ ଉଦ୍ୟୋଗ ବିଶିଷ୍ଟ କୌଶଳ ପ୍ରଦାନ ଏବଂ ରିଟେଲ କ୍ଷେତ୍ରରେ ରୋଜଗାର ସମ୍ବନ୍ଧ ବଢାଇବା ପାଇଁ ଏନଏସଡିସି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ସ୍କିଲଏଡ ଦ୍ୱାରା ଯୋଗ୍ୟ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ହାଇଟେକ୍ କ୍ଲାସରୁମରେ କେଇଡି ପଦ୍ଧତିରେ ଏହି ଟ୍ରେନିଂ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ନେଇଥିବା ବିଦ୍ୟାର୍ଥୀ ମାନଙ୍କୁ ଶୁଳ୍କ ଆଧାରିତ ମଡେଲ ବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥାମାନଙ୍କ ମାଧ୍ୟମରେ ପ୍ଲେସ୍ମେଂଟ ଲିଙ୍କ ପ୍ରଦାନ କରାଯିବ । ନୂଆଦିଲ୍ଲୀ ଠାରେ କର୍ପୋରେଟ ସାମାଜିକ ଦାୟିତ୍ୱ ଉପରେ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ର ଅଧ୍ୟକ୍ଷତା କରି ସ୍କିଲ ଡେଭେଲପ୍ମେଂଟ ଏଣ୍ଡ ଏଂଟରପ୍ରିନିଓରସିପ୍ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ର ସହଯୋଗରେ ବୈଷୟିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । କର୍ପୋରେଟ ସାମାଜିକ ଦାୟିତ୍ୱ ମାଧ୍ୟମରେ ଦକ୍ଷତା ବିକାଶ ଦିଗରେ ଯୋଗଦାନ ଦେବା ପାଇଁ କର୍ପୋରେଟ ମାନଙ୍କୁ ଆହ୍ୱାନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଣ୍ଡେ କହିଥିଲେ, “ଦକ୍ଷତା ବୃଦ୍ଧି କରିବା ଓ ସ୍କିଲ ଇଣ୍ଡିଆ ମିଶନରେ ଏକ ପ୍ରଭାବ ପକାଇବା ପାଇଁ ମୁଁ କର୍ପୋରେଟ ମାନଙ୍କୁ ସିଏସଆର ଫଣ୍ଡ ବିନିଯୋଗ କରିବା ପାଇଁ ଆହ୍ୱାନ ଜଣାଉଛି । ପ୍ରାଇଭେଟ ସେକ୍ଟରର କ୍ରମବର୍ଦ୍ଧିଷ୍ଣୁ ପ୍ରତିଶୃତିବଦ୍ଧତା ଏ କ୍ଷେତ୍ରରେ ସକରାତ୍ମକ ଓ ଉତ୍ସାହଜନକ ବିଶ୍ୱର ଦକ୍ଷତା ରାଜଧାନୀ ଭାବରେ ଭାରତକୁ ଗଢିବାର ଲକ୍ଷ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କମ୍ପାନୀ ମାନଙ୍କୁ ସିଏସଆର ବିନିଯୋଗ କରିବାକୁ ଉପଦେଶ ଦେଇଛନ୍ତି । ଏହି ସଂକଳ୍ପ ଦ୍ୱାରା ଏଂଟରପ୍ରିନିଓରସିପ୍ କୁ ପ୍ରୋତ୍ସାହନ ମିଳିବା ସହ ଭାରତ ବିଶ୍ୱର ସର୍ବବୃହତ କୁଶଳ କର୍ମଚାରୀ ପ୍ରଦାନକାରୀ ହୋଇପାରିବ ।” କନସ୍କପସ୍କୋଲାନ ସ୍ୱିଡେନ୍ ଏବି ର ସଂସ୍ଥାପକ ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପେଜେ ଏମିଲସନ୍ କହିଛନ୍ତି, “ କୁଶଳ ଶ୍ରମଶକ୍ତି ଦେଶର ସମଗ୍ର ବିକାଶରେ ମହତ୍ୱପୁର୍ଣ୍ଣ । ଏହି ସହବନ୍ଧନ ସହ ସୋନି ଭାରତରେ ଉତମ ରୋଜଗାର ସୁଯୋଗ ସହ ଯୁବାବର୍ଗକୁ ସଫଳ ହେବା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନେଉଅଛି ।”ଏହି ସହବନ୍ଧନ ସମ୍ପର୍କରେ ନ୍ୟାସନାଲ ସ୍କିଲ ଡେଭେଲପ୍ମେଂଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନିଶ୍ କୁମାର କହିଛନ୍ତି, “ ଏହି ସହଭାଗୀତା ଯୁବାବର୍ଗଙ୍କର କୌଶଳ ଓ ଦକ୍ଷତା ବୃଦ୍ଧି ସହ ନିରନ୍ତର ଜିବିକା ସମ୍ପର୍କ ପ୍ରଦାନ କରିବ ।”


