ପିଲାଙ୍କ କାନ୍ଦରୁ ଜାଣନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା

ଛୋଟ ପିଲାମାନେ ବିଭିନ୍ନ କାରଣରୁ କାନ୍ଦିଥାନ୍ତି । ସମ୍ପ୍ରତି ବୈଜ୍ଞାନିକମାନେ ଏଭଳି ଏକ ଯନ୍ତ୍ର  ବାହାର କରିଛନ୍ତି ଯେଉଁଥିରୁ ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ରହିଛି । ଏଥିରେ ଶିଶୁର କାନ୍ଦଣାର ଶବ୍ଦ ସେମାନଙ୍କର କ’ଣ ହୋଇଛି ସହଜରେ ଅନୁମାନ କରି ହେବୟ ଆମେରିକାର ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ ଆଣ୍ଡ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ ଓ ଚୀନର ଅଟୋମେସନ୍ ସଂଘ ମିଶି ଏଭଳି ଯନ୍ତ୍ର ବାହାର କରିଛନ୍ତି ।
ଗବେଷକଙ୍କ କହିବା ଅନୁସାରେ ସବୁ ଶିଶୁଙ୍କ କାନ୍ଦଣା ଅଲଗା ଅଲଗା ପ୍ରକାର ହୋଇଥାଏ । କିନ୍ତୁ ସେମାନଙ୍କ କାନ୍ଦିବାର କାରଣ ସମାନ ହୋଇଥାଏ । ବୈଜ୍ଞାନିକମାନେ ଏଲଗୋରିଥିମ ଆଧାରରେ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଶିଶୁଙ୍କ କାନ୍ଦିବାର କାରଣ ଖୋଜି ବାହାର କରିପାରିବ । ଏହି ଯନ୍ତ୍ରଟି ଲାଙ୍ଗୁଏଜ ରେକଗ୍ନାଇଜେସନ ଏଲଗୋରିଥିମ ଭଳି କାମ କରିଥାଏ । ଏହି ଯନ୍ତ୍ରଟି ହୋହାଲ୍ଲା ସ୍ଥାନରେ ବି ପିଲାଙ୍କ କାନ୍ଦିବା ଶବ୍ଦକୁ ଚିହ୍ନଟ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇପାରିବ । ପ୍ରଥମେ ଏଲଗୋରିଥିମ ଶିଶୁଙ୍କ କାନ୍ଦିବା ଶବ୍ଦର ସିଗ୍‌ନାଲ ବୁଝିଥାଏ । ପୁଣି ପ୍ରୋଗ୍ରାମିଂରେ ସିଗ୍‌ନାଲ ସହ ଶିଶୁଙ୍କ ଶବ୍ଦକୁ ମିଶାଇବା ପରେ ଶିଶୁଟି କାହିଁକି କାନ୍ଦୁଛି ତାହାର କାରଣ ମିଳିଥାଏ । ଗବେଷକଙ୍କ କହିବା ଅନୁସାରେ ଜରୁରିକାଳୀନ ପରିସ୍ଥିତିରେ ଏହି ମେସିନ ବହୁତ ଫାଇଦା ଦେଇଥାଏ । ଗବେଷକ ଲିଧୁଆନ ଲିୟୁଙ୍କ କହିବା ଅନୁସାରେ କାନ୍ଦିବା ଏକ ପ୍ରକାର ଭାଷା । ଯେଉଁଥିରେ ସ୍ୱାସ୍ଥ୍ୟ ପ୍ରତି ବହୁ ଧ୍ୱନି ଲୁଚି ରହିଛି । ଏହି ଯନ୍ତ୍ରକୁ ହସ୍ପିଟାଲରେ ମଧ୍ୟ ବ୍ୟବହାର କରି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ମିଳିପାରିବ ବୋଲି ଆମେରିକାର ଗବେଷକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ