ଓଡ଼ିଆ ନବବର୍ଷ ଅଭିନନ୍ଦନିକା


ଓଡ଼ିଶା ସଂସ୍କୃତି ବିଶ୍ବେ
ଭରେ ସ୍ନେହ ଶ୍ରଦ୍ଧା,
ପରକୁ କରେ ଆପଣା
ତୁଟେ ଭବ ବାଧା ।

ପ୍ରେମରେ ନାଚେ ହୃଦୟ
ଆନନ୍ଦେ ବିଭୋର
ବିଭୁ ପ୍ରେମମୟ ଦେଖେ
ବିଶାଳ ସଂସାର ।

ଆତ୍ମା ଲଭେ ଶାନ୍ତି ଚିତ୍ତ
ହୁଅଇ ପବିତ୍ର
ପଞ୍ଚଭୂତ ଗାଇଉଠେ
ନବ ବର୍ଷ ତତ୍ତ୍ବ ।

ମହାବିଷୁବରେ ପଣା
ଜଳଦାନ ପୂଣ୍ଯ,
ଓଡ଼ିଆ ସଂସ୍କୃତି ବିଶ୍ବେ
ଚିର ଅମଳିନ ।

ବନ୍ଦଇ ଶ୍ରୀଜଗନ୍ନାଥ
ଦାରୁବ୍ରହ୍ମ ତତ୍ତ୍ବ,
ବିଶ୍ବପ୍ରେମ ମଧୂମୟ
ଏ ଜାତି ସଙ୍ଗୀତ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ