ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଲୋକଙ୍କ ଭାବନାକୁ ଜାଗ୍ରତ କରିବା ଜରୁରୀ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଂଟିବା ତଥା ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ବିଦ୍ୟାଞ୍ଜଳି”ରେ ଯୋଡ଼ିହେବା ପାଇଁ ଓଡିଶା ସମେତ ଦେଶର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତା ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶବାସୀଙ୍କୁ ପବିତ୍ର ଦୀପାବଳିର ଶୁଭକାମନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀପାବଳିର ଶୁଭ ଅବସରରେ ସମସ୍ତେ କିଛି ଦେବାରେ ଖୁସି ଅନୁଭବ କରିଥା’ନ୍ତି । ସବୁ ଧର୍ମରେ ଦାନର ପ୍ରଥା ରହିଛି । ଆମ ସଂସ୍କୃତିରେ ପ୍ରାଚୀନ କାଳରୁ ଦାନର ପରମ୍ପରା ରହିଆସିଛି । ଦିପାବଳୀରେ ଲୋକମାନେ ବିଶେଷ ରୂପରେ ସାମଗ୍ରୀ ଏବଂ ଧନ ଦାନ କରିଥାନ୍ତି । “ବିଦ୍ୟାଦାନ”ର ମହତ୍ୱ ଉପରେ ବର୍ଣ୍ଣନା କରିବା ସହ କହିଛନ୍ତି ଯେ ସମସ୍ତଙ୍କ ପାଖରେ କିଛି ନା କିଛି ବିଶେଷତ୍ୱ, ଜ୍ଞାନ ଏବଂ କୌଶଳ ରହିଛିି । ପିଲା ମାନଙ୍କୁ ବିଦ୍ୟାଦାନ ଦେବାରେ ହୁଏତ ଅଧିକ ଖୁସିର କଥା କିଛି ହୋଇନପାରେ । ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ନିଜର ବିଦ୍ୟାଳୟରେ ସାମୂହିକ ଭାଗିଦାରୀ ଏବଂ ଦାୟିତ୍ୱର ସହ ଜ୍ଞାନ ଏବଂ ବିଦ୍ୟାଦାନ କରିବାର ଭାବନାକୁ ଉଜ୍ଜିବୀତ କରିବାର ସୁଯୋଗ ଦେଇଅଛି । ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଲୋକଙ୍କ ଭାବନାକୁ ଜାଗ୍ରତ କରିବା ଜରୁରୀ । ବିଦ୍ୟାଳୟରେ ଭାଗିଦାରୀ ପାଇଁ ଜନଆନ୍ଦୋଳନ ଆରମ୍ଭ କରିବା ପାଇଁ “ବିଦ୍ୟାଞ୍ଜଳି” ଭଳି ପଦକ୍ଷେପ ନିଆଯାଇଛିା ଜନଭାଗିଦାରୀ ଭାବନାରେ ମାନନୀୟ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ଆମ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବିଦ୍ୟାଳୟକୁ ବାଛନ୍ତୁ ଏବଂ କେବଳ ଗୋଟିଏ ପିରିୟଡ ପାଇଁ ପିଲା ମାନଙ୍କ ସହ କଥା ହୁଅନ୍ତୁ । ଇଚ୍ଛୁକ ବ୍ୟକ୍ତିମାନେ ବିଦ୍ୟାଳୟ ପାଇଁ ବିଷୟ ଏବଂ ସମୟ ନିଜେ ନିର୍ଦ୍ଧାରଣ କରିପାରିବେ । ରାଷ୍ଟ୍ର ନିର୍ମାଣରେ ସବୁ ବ୍ୟକ୍ତିଙ୍କ ଶକ୍ତିକୁ ଯୋଡ଼ିବାକୁ ହେବ । ବିଦ୍ୟାଦାନ ପାଇଁ ଦିପାବଳୀର ଶୁଭ ପର୍ବ ଠାରୁ ଆଉ କୌଣସି ଭଲ ଦିନ ହୋଇ ନ ପାରେ । ଇଚ୍ଛୁକ ନାଗରିକମାନେ ବିଦ୍ୟାଞ୍ଜଳିର ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ କିମ୍ବା ଗୁଗୁଲରେ ବିଦ୍ୟାଞ୍ଜଳି ବିଷୟରେ ଜାଣିବା ସହ ଏଥିରେ ସାମିଲ ହୋଇପାରିବେ । ବିଦ୍ୟାଞ୍ଜଳିକୁ ଗୋଟିଏ ଜନଆନ୍ଦୋଳନର ରୂପ ଦେଇ ଏଥିରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଯୋଡ଼ିବାର ସୁଯୋଗ ଦେବା ପାଇଁ ପଡ଼ିବ । ଏହି ଅଭିନବ ଜନଅଭିଯାନ ପାଇଁ କିଛି ପରାମର୍ଶ ଥିଲେ ଲୋକମାନେ ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟ ମାଧ୍ୟମରେ ଜଣାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ