ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ- ମୁଖ୍ୟମନ୍ତ୍ରୀ

ଛତ୍ରପୁର (ଦେବଦତ୍ତ ମହାରଣଶ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଗୁଡିକ 5-ଟି ଆଧାରରେ ରୂପାନ୍ତରଣ ହୋଇ ଯୋଜନାମାନ ବାସ୍ତବ ରୂପ ନେଇ ଓଡିଶାର ବିକାଶ ଧାରାକୁ କ୍ଷିପ୍ର ଗତିରେ ବଢାଇବାରେ ସହାୟକ ହୋଇ ପାରିଛି ବୋଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଧାୟିକା ଏବଂ ବିଧାୟକ ଗଣ ମତପ୍ରକାଶ କରିଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉପରୋକ୍ତ ସମସ୍ତ ବିଦ୍ୟାଳୟ ଗୁଡିକର ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଜଣାଇଥିଲେଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ । ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବାପାଇଁ ରୂପାନ୍ତରଣ ଆଣିଛି ସୁଯୋଗ । ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଟ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମ ମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମ ମାନଙ୍କ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । 5-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଶାସନ ସଚ୍ଚବଙ୍କ ସହିତ ବରିଷ୍ଠ ପଦାଧିକାରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ । ଶନିବାର ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ହିଞ୍ଜିଲିକାଟୁ ବ୍ଲକ୍ ଅଞ୍ଚଳ ପରିଦର୍ଶନ କରି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଧାୟିକା ଏବଂ ବିଧାୟକ ଗଣ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ମାନ ପରଖିଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆଳି ବିଧାୟକ ପ୍ରତାପ କେଶରୀ ଦେଓ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜୁନାଗଡ ବିଧାୟକ ତଥା ଶକ୍ତି, ଶିଳ୍ପ, ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଭୋଗରାଇ ବିଧାୟକ ଅନନ୍ତ କୁମାର ଦାଶ, ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ, ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, ରଘୁନାଥ ପଲ୍ଲି ବିଧାୟକ ସୁବ୍ରତ ତରାଇ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୋରଦା ବିଧାୟକ ରାଜ କିଶୋର ଦାସ, ସୋରୋ ବିଧାୟକ ପର୍ଶୁରାମ ଧଡା, ସୁକିନ୍ଦା ବିଧାୟକ ପ୍ରିତି ରଞ୍ଜନ ଘଡେଇ, କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍, ସିମୁଳିଆ ବିଧାୟକ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବାସୁଦେବ ପୁର ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ପ୍ରମୁଖ ଆଜି ପୂର୍ବାହ୍ନରେ ତାମ୍ପରା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ପର୍ଯ୍ୟଟନର ବିକାଶ ଦିଗରେ କିଭଳି ହ୍ରଦର ବିକାଶ କରାଯାଇଛି ତାହା ପରିଦର୍ଶନ କରିଥିଲେ ଏବଂ ପରେପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରି ମା ଙ୍କ ପୀଠର ଚତୁଃପାର୍ଶ୍ବରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ଦେଖିଥିଲେ । ଦୁଇ ଗୋଟି ଦଳରେ ବିଭକ୍ତ ହୋଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପରିଦର୍ଶନ କରି ଖୁସି ପ୍ରକଟ କରିଥିଲେ । ପ୍ରଥମ ‘କ’ ଦଳରେ ହିଞ୍ଜିଲିକାଟୁ ପୌର ପରିଷଦ ଅଞ୍ଚଳର ନେତାଜ ପାର୍କ, ଓ୍ବାର୍ଡ ନଂ 6 ର ଆଦର୍ଶ କଲୋନୀ, ଇଣ୍ଡୋର୍ ଷ୍ଟାଡିୟମ୍, ବସ୍ ଷ୍ଟାଣ୍ଡ ଓ ଜନ ସାଧାରଣଙ୍କ ଉପଯୋଗିତା ଗୃହ, ଅଣୁ ଖେତ କେନ୍ଦ୍ର ( ମାଇକ୍ରୋ କମ୍ପୋଜେଟିଙ୍ଗ ସେଣ୍ଟର) ସାମଗ୍ରୀ ପୁନରୁଦ୍ଧାର ସୁବିଧା (ମ୍ୟାଟେରିଆଲ୍ ରିକଭରି ଫଙ୍କସନ୍), ଉପଖଣ୍ଡ ଚିକିତ୍ସାଳୟ, ପୋଚିଲିମା ଗ୍ରାମ ପଞ୍ଚାୟତରେ ନବ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଗୋରୁ ହଷ୍ଟେଲ, ସାରୁ ଗ୍ରାମପଞ୍ଚାୟତର ବିଜୁ ପଞ୍ଚାୟତ ପାଠାଗାର, ଗ୍ରାମ ପଞ୍ଚାୟତ ପାଠାଗାର, ଗୋରୁ ହଷ୍ଟେଲ୍, ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର, ଅଣୁ ଖେତ କେନ୍ଦ୍ର, ସାମଗ୍ରୀ ପନରୁଦ୍ଧାର ସୁବିଧା, ଆଧୁନିକ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ମିଶନ୍ ଶକ୍ତି ଗୃହ ପରିଦର୍ଶନ କରିଥିଲେ ।
ଦ୍ବିତୀୟ ‘ଖ’ ଦଳରେ ହିଞ୍ଜିଳିକାଟୁର ଶାସନ ଆମ୍ବ ଗାଁ ଗ୍ରାମପଞ୍ଚାୟତର ଆଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର, ଆଧୁନିକ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ମିଶନ୍ ଶକ୍ତି ଗୃହ, ସାରୁ ଗ୍ରାମପଞ୍ଚାୟତର ବିଜୁ ପଞ୍ଚାୟତ ପାଠାଗାର, ଗ୍ରାମ ପଞ୍ଚାୟତ ଗୃହ, ଗୋରୁ ହଷ୍ଟେଲ, ହିଞ୍ଜିଳିକାଟୁର ଉପଖଣ୍ଡ ଚିକିତ୍ସାଳୟ, ନେତାଜୀ ପାର୍କ, ଓ୍ବାର୍ଡ ନଂ 6 ର ଆଦର୍ଶ କଲୋନୀ, ଉଣ୍ଡୋର ଷ୍ଟାଡିୟମ୍, ଅଣୁ ଖେତ କେନ୍ଦ୍ର, ସାମଗ୍ରୀ ପୁନରୁଦ୍ଧାର ସୁବିଧା, ବସ୍ ଷ୍ଟାଣ୍ଡ ଜନସାଧାରଣଙ୍କ ଉପଯୋଗିତା ଗୃହ ପରିଦର୍ଶନ କରିଥିଲେ ।
ଅପରାହ୍ନ ସମୟରେ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଶାସନ ଆମ୍ବ ଗାଁ ରେ ରହିଥିବା ଆଦର୍ଶ ବିଦ୍ୟାଳୟ, ପୌରାଞ୍ଚଳରେ ଥିବା ଏନ୍.ଏ.ସି. ହାଇସ୍କୁଲ, ବେଲଗାଁ ର ରଘୁନାଥ ବିଦ୍ୟାପୀଠ, ପୋଚିଲିମାର ପୋଚିଲିମା ହାଇସ୍କୁଲ, ଦୟାପଲ୍ଲୀ ଠାରେ ଥିବା ସରକାରୀ ୟୁ ଜି ହାଇସ୍କୁଲ, ଶେରଗଡ ବ୍ଲକ୍ ଅନ୍ତର୍ଗତ ମହୁପଦର ଢିଙ୍କିଶାଳର ପଞ୍ଚାୟତ ହାଇସ୍କୁଲ, ଗୋଠ ଗାଁର ଗୋଠଗାଁ ହାଇସ୍କୁଲ୍, ଧନନ୍ତର ନୋଡାଲ୍ ନାଥେଶ୍ବର ହାଇସ୍କୁଲ, ଡେଙ୍ଗା ପଦରର ଡେଙ୍ଗାପଦର ହାଇସ୍କୁଲ, ଥୁରୁବୁରାଇର ଥୁରୁବୁରାଇ ହାଇସ୍କୁଲ ଗସ୍ତ କରିଥିଲେ । ସଂପୃକ୍ତ ବିଦ୍ୟାଳୟ ଠାରେ ଜିଲ୍ଲାର କଳାକାରଗଣ ଯୋଡିଶଙ୍ଖ, ଘଣ୍ଟ ମୃଦଙ୍ଗ ଓ ପଶୁମୁଖା ନୃତ୍ୟ ଏବଂ ସ୍କୁଲର ସ୍କାଉଟ୍ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଣ ବିଧାୟିକା ଓ ବିଧାୟକ ମାନଙ୍କୁ ସ୍ବାଗତ ଜଣାଇ ନିଜନିଜ ସ୍କୁଲ କୁ ପାଛୋଟି ନେଇଥିଲେ । ସଂପୃକ୍ତ ବିଦ୍ୟାଳୟରେ 5-ଟି ଆଧାରରେ ରୂପାନ୍ତରୀ କରଣ ହୋଇଥିବା ସ୍ମାର୍ଟ ଶ୍ରେଣୀ ଗୃହ, ଇ- ଲାଇବ୍ରେରୀ ତଥା ପାଠାଗାର, ଆଧୁନିକ ବିଜ୍ଞାନ ଲାବରେଟୋରୀ, ହାଇଜେନିକ୍ ଟଏଲେଟ୍ ଯୋଗାଣ ହୋଇଥିବା ନିରାପଦ ଏବଂ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, କ୍ରୀଡା ନିମନ୍ତେ ନିର୍ମାଣ ହୋଇଥିବା ଭିତ୍ତିଭୂମି ଏବଂ ବୃକ୍ଷ ରୋପଣ କାର୍ଯ୍ୟ ଦେଖିବା ସହିତ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ସଦସ୍ୟା ଓ ସଦସ୍ୟ, ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଆୟୋଜିତ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟରେ ଯୋଗଦାନ କରି ରାଜ୍ୟ ସରକାରଙ୍କ 5ଟି ଆଧାରରେ କିଭଳି ସୂଚାରୁ ରୂପେ ଉଚ୍ଚ ବିଦ୍ୟାଳୟ ଗୁଡିକ ଆଧୁନିକ ଢାଞ୍ଚାରେ ରୂପାନ୍ତରୀତ ହୋଇଛି ତାହାର ଏକ ଭିଡିଓ ଦେଖିଥିଲେ । ବିଦ୍ୟାଳୟ ଗୁଡିକର ପୂର୍ବ ସ୍ଥିତି ଏବଂ ରୂପାନ୍ତରୀତ ପରେ ତାର ବର୍ତ୍ତମାନ ସ୍ଥିତି ପରଖି ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସଂଧ୍ୟା 5 ଘ. ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଭାସୀ ଆଲୋଚନା କରି ବିଧାୟିକା ଓ ବିଧାୟକ ଗଣ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ସମ୍ପର୍କରେ ସେମାନଙ୍କର ନିଜ ନିଜର ମତାମତ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶାସନ ଆମ୍ବଗାଁ ହିଞ୍ଜିଳିକାଟୁ ଆଦର୍ଶ ବିଦ୍ୟାଳୟ ଠାରେ ଉପସ୍ଥିତ ରହି ସ୍ବାଗତ ଭାଷଣ ଦେଇଥିଲେ । ବିଧାୟକଗଣ ନିଜ ବକ୍ତବ୍ୟରେ ଜଣାଇଥିଲେଯେ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି, ବେସରକାରୀ ସ୍କୁଲରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ନାହିଁ । ଏଭଳି ବିଦ୍ୟାଳୟ ମାନଙ୍କରେ ବିଧାୟକଗଣ ଶିକ୍ଷାଲାଭ କରିବାକୁ ଇଛା ପ୍ରକାଶ କରିଥିଲେ । ଶିକ୍ଷା କ୍ଷେତ୍ରରେ ଗାଁ ଗହଳିର ପିଲାମାନେ ଉଚ୍ଚମାନର ସୁବିଧା ପାଇବେ । ପରିଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟାରେ ସମସ୍ତ ବିଧାୟିକା ଏବଂ ବିଧାୟକ ଗଣ ବ୍ରହ୍ମପୁର ଗସ୍ତରେ ଆସି ସ୍ପୋର୍ଟ୍ସ ଏରେନା ଏବଂ ରାମଲିଙ୍ଗେଶ୍ବର ପାର୍କର ସୌନ୍ଦର୍ଯ୍ୟକରଣ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ