ଗମନାଗମନ ବ୍ୟବସ୍ଥାର କରୁଣ ଚିତ୍ର : ବିଲ ହିଡ ରାସ୍ତାରେ ଦୀର୍ଘବର୍ଷଧରି ଯାତାୟତ କରୁଛନ୍ତି ପାଞ୍ଚଗୋଟି ପରିବାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସରକାର ଗମନା ଗମନ ପାଇଁ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା କେଉଁଠି ନା କେଉଁଠି ଲୋକେ ଅତି ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି । ଯଥେକଷ୍ଟେ ଖରାଦିନେ ଲୋକମାନେ ଯାତାୟତ କରୁଥିଲେ ସୁଦ୍ଧା ବର୍ଷା ଚାରିମାସ ଦୁଃଖ କହିଲେ ନସରେ । ଏପରିକି ଗ୍ରାମାଞ୍ଚଳର ଲୋକମାନେ ଗମନାଗମନ ପାଇଁ ଆଜି ବି ସୁଦ୍ଧା ଚାଷଜମି ହିଡ ରାସ୍ତା ଉପରେ ଯାତାୟତ କରୁଛନ୍ତି । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁରୀପଡା ଗ୍ରାମରେ । ଉକ୍ତ ଗ୍ରାମ ବିଦ୍ୟାଳୟକୁ ଲାଗି ପ୍ରାୟ ୫ଗୋଟି ପରିବାର ବସବାସ କରୁଥିବାବେଳେ ଦୀର୍ଘବର୍ଷ ଧରି ସେମାନେ ଯାତାୟତ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଯେଉଁ ସ୍ଥାନରେ ବାପ ଗୋସବାପ ଅମଳରୁ ବସବାସ କରି ଆସୁଛନ୍ତି ଯାତାୟତ ପାଇଁ କିନ୍ତୁ ସ୍କୁଲ ପାଖ ସଂଙ୍କୀର୍ଣ୍ଣ ହିଡ ରାସ୍ତା ଉପରେ ନିର୍ଭର କରୁଛନ୍ତି । ବ୍ୟକ୍ତିଗତ ଭାବେ ସେମାନେ ଉକ୍ତ ରାସ୍ତାଟିକୁ ତିଆରି କରିଥିଲେ ସୁଦ୍ଧା ଉକ୍ତ ସ୍ଥାନକୁ ଲାଗି ଜଣକର ୩୦ଫୁଟ ଜାଗା ରହିଥିବାରୁ ସେ ଏବେ ରାସ୍ତା ଅବରୋଧ କରୁଛନ୍ତି । ତେଣୁ ୫ଗୋଟି ପରିବାର ପ୍ରାୟ ଏକ ମାଇଲ ଦୂର ବୁଲିବୁଲି ଅନ୍ୟଏକ ରାସ୍ତା ଅତିକ୍ରମ କରିସାରିବା ପରେ ଘରୁ ବାହାରକୁ ଆସୁଛନ୍ତି । ନଚେତ ସବୁଦିନ ସେମାନଙ୍କ ପାଇଁ ହିଡ ରାସ୍ତା ହିଁ ନିର୍ଭରଯୋଗ୍ୟ ପଥ ପାଲଟିଛି । ଏନେଇ ସେ ସ୍ଥାନୀୟ ସରପଞ୍ଚ , ତହସିଲଦାର, ବିଡିଓ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ସୁଦ୍ଧା କେହି ଏବିଷୟରେ ମୁଣ୍ଡକାନ ହଲାଉନାହାନ୍ତି । ଏବେବି ସୁଦ୍ଧା ଉକ୍ତ ୫ଗୋଟି ପରିବାର ପାଣିକାଦୁଅ ଭରା ହିଡ ରାସ୍ତାରେ ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ନଦେଲେ ଆଗମୀ ଦିନରେ ବ୍ଲକ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ