ପୁଣି ଥରେ ଟ୍ରେନ୍‌ରୁ ଡିଆଁ ମାରିଲେ ପ୍ରବାସୀ

ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ପ୍ରବାସୀଙ୍କ ପକ୍ଷରୁ ଚେନ୍‌ ପୁଲିଂ କରାଯାଇଛି । ଗତକାଲି ଚିଲିକାରେ ଚେନ୍‌ ପୁଲିଂ କରାଯାଇଥିବା ବେଳେ ଆଜି ଛତ୍ରପୁରରେ ଚେନ୍‌ ପୁଲିଂ କରି ଟ୍ରେନ୍‌ରୁ ଡିଆଁ ମାରିଛନ୍ତି ପ୍ରବାସୀ । ଏହି ଘଟଣା ପରେ ଆରପିଏଫ୍‌ ପକ୍ଷରୁ ୬୦ ଜଣ ପ୍ରବାସୀଙ୍କୁ ଅଟକ ରଖି କ୍ବାରେଣ୍ଟିନ୍‌ ସେଣ୍ଟର ନିଆଯାଇଛି । ଟ୍ରେନ୍‌ଟି ଜଗନ୍ନାଥପୁର ଏବଂ ବ୍ରହ୍ମପୁରରେ ନ ରହିବାରୁ ଛତ୍ରପୁର ପୂର୍ବରୁ ଚେନ୍‌ ପୁଲିଂ କରିଥିଲେ ପ୍ରବାସୀ । ପାଖାପାଖି ୧୦୦ ଜଣ ପ୍ରବାସୀ ଓହ୍ଲାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମତ ଦେଇଥିବା ବେଳେ ପ୍ରାୟ ୬୦ ଜଣଙ୍କୁ ଆରପିଏଫ୍‌ ପକ୍ଷରୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ