ପୁଣି ଦୁଇ କୋଭିଡ଼ ଯୋଦ୍ଧାଙ୍କ ସମତେ ୫ କରୋନା ପଜିଟିଭ ଚିହ୍ନଟ

ଛତ୍ରପୁର, (ୱାଇଏନ୍‌ଏସ୍‌): ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମାର ଛତ୍ରପୁର ବ୍ଲକ୍ ଓ ଏନଏସି ଅଂଚଳରୁ ଆଜି ୨ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଦୁଇଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଥିବା ବେଳେ ଆଉ ଜଣେ ଲୋକାଲ୍ କନଂଟାକ୍ଟରେ ଆସିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ୍ ଓ ଏନଏସିରେ କରୋନାକୁ ରୋକିବା ନିମନ୍ତେ ବ୍ଲକ୍ ଓ ଏନଏସି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ସଚେତନା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ବିଭିନ୍ନ ଅଂଚଳରେ ସଚେତନତା କରାଯାଉଛି । ଜିଲ୍ଲାର ସଦର ମହକୁମା ଠାରେ ଗତକାଲି ଠାରୁ ୫ ଦିନିଆ ସଟ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଏହାକୁ ତଦାରଖ କରିବା ନିମନ୍ତେ ପ୍ରଶାସନ ଅଧିକାରୀମାନେ ଦିନ ରାତିକୁ ଏକ କରି ବିଭିନ୍ନ ସାହି ଗଳି ବୁଲି ସ୍ଥିତି ପରଖୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ